News
WhatsApp Image 2023-10-04 at 17.25.00
samparksetu

ଗଛ ତଳେ ଦଦରା କୁଡ଼ିଆରେ ଦିନ କାଟୁଛନ୍ତି ଭଗବାନ

ଗଛ ତଳେ ଦଦରା କୁଡ଼ିଆ,ଚାରି ଖଣ୍ଡ ଦୁର୍ବଳ ବାଉଁଶକୁ ସାହାର କରି ଛିଡ଼ା ହୋଇଛି। ଦିନରେ ସୂର୍ଯ୍ୟ ତ ରାତିରେ ଆତଯାତ ହେଉଛନ୍ତି ଜହ୍ନତାରା। ଜଙ୍ଗଲୀ ଜନ୍ତୁଙ୍କ ପ୍ରାଦୁର୍ଭାବ ଭିତରେ ଡିବିରିକୁ ଆଶ୍ରା କରି ଏଭଳି ଏକ ନିର୍ଜନ ସ୍ଥାନରେ ଭାଗ୍ୟକୁ ଆଦରି ପଡ଼ିରହିଛନ୍ତି ଭଗବାନ ନାୟକ। ସମସ୍ତେ ଦେଖୁଛନ୍ତି। ସମସ୍ୟା ବି ଜାଣିଛନ୍ତି। ହେଲେ ସାମାନ୍ୟ ଆବାସ ଖଣ୍ଡେ ପାଇଁ ଦୀର୍ଘ ୫ ବର୍ଷ ହେଲା ତାଙ୍କର ସଂଘର୍ଷ ସରୁନାହିଁ। ଅସହାୟ ଭଗବାନଙ୍କ ଯନ୍ତ୍ରଣା ପ୍ରଶାସନ କାନରେ ପଡୁ ନ ଥିବାରୁ ଏହାକୁ ନେଇ ଉଦ୍‌ବେଗ ବ୍ୟକ୍ତ କରିଛନ୍ତି ଅଞ୍ଚଳବାସୀ।

ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ଗଦାଶିଳା ଗ୍ରାମରେ ଅତି ଦୟନୀୟ ଅବସ୍ଥାରେ ରହୁଛନ୍ତି ଭଗବାନ ନାୟକ (୫୪) । ସେ ଅବିବାହିତ ଥିବା ବେଳେ ସେ ଅସୁସ୍ଥ ଥିବାର ଜଣାପଡିଛି ।ତାଙ୍କ ଜୀବନ ସଂଘର୍ଷର ସାକ୍ଷୀ ପାଲଟିଛି ଭଙ୍ଗା କୁଡ଼ିଆ। ଆବାସ ଯୋଜନାରେ ଘର ଖଣ୍ଡିଏ ତ ଦୂରର କଥା, ମାଗଣା ଚାଉଳ, ଶ୍ରମକାର୍ଡ, ସ୍ବାସ୍ଥ୍ୟକାର୍ଡ ତାଙ୍କ ପାଇଁ ସ୍ବପ୍ନ। ଏ ସଂକ୍ରାନ୍ତରେ ବିଭାଗୀୟ ଅଧିକାରୀଙ୍କୁ ଲିଖିତ ଆକାରରେ ଜଣାଇଛନ୍ତି। ଭଗବାନ ମଧ୍ୟ ନିଜର ଅସୁସ୍ଥତା ସମ୍ପର୍କରେ ବିଡିଓଙ୍କୁ ଗୁହାରି କରିଛନ୍ତି। ହେଲେ ସାମାନ୍ୟତମ ସୁଫଳ ମିଳି ନ ଥିବା ଗ୍ରାମର ବିଭୁପ୍ରସାଦ ରଥ, ତାପସ ନାୟକ, ଅନିଲ ତୁଙ୍ଗ ପ୍ରମୁଖ କହିଛନ୍ତି। ଏପରି କି ତାଙ୍କର ଶୀଘ୍ର ଅସ୍ତ୍ରୋପଚାର ନ କଲେ ଅବସ୍ଥା ଗୁରୁତର ହୋଇପଡ଼ିବ ବୋଲି ଗ୍ରାମବାସୀ ଆଶଙ୍କା ବ୍ୟକ୍ତ କରିଛନ୍ତି।ଏ ସଂକ୍ରାନ୍ତରେ ବିଡିଓ ମନ୍ମଥ ନାୟକଙ୍କୁ ପଚାରିବାରୁ ସେ କୁହନ୍ତି ତାଙ୍କ ପାଖରେ ଏଭଳି କୌଣସି ଖବର ନାହିଁ , ତାଙ୍କ ସମସ୍ୟା ଜାଣିବା ପରେ ଆମେ ଦେଖିବୁ ବୋଲି କହିଥିଲେ।

new life
You might also like
error: Content is protected !!