News
WhatsApp Image 2023-10-04 at 17.25.00
samparksetu

ଏକ ଲକ୍ଷ ଟଙ୍କା ପାଇଁ ସ୍ତ୍ରୀ କୁ ମାରିଲା ସ୍ୱାମୀ !

ଢେ଼ଙ୍କାନାଳ ଜିଲ୍ଲା ମହାବିରୋଡ଼ ଥାନା ବାମ ପଞ୍ଚାୟତ କିର୍ତନପୁର ସାଗବାରି ଗାଁ ର ତୀର୍ଥ ବାସୀ ମହାନ୍ତ ଙ୍କ ସ୍ତ୍ରୀ କୁନି ମହାନ୍ତ। ଆଜକୁ ୫ ବର୍ଷ ପୂର୍ବେ ଭଲ ପାଇ ବିଭାହ କରିଥିଲେ। ଦୁଇଜଣ ଙ୍କ ବିବାହ ପରେ ବେସ ଖୁସି ରେ ରହିଆସୁଥିଲେ ସ୍ଵାମୀ ସ୍ତ୍ରୀ।

ସ୍ତ୍ରୀ ର ଯୌତୁକ ଉପରେ ନଜର ଲାଗିଥିଲା ସୈତାନ ସ୍ଵାମୀର। ବାରମ୍ବାର ଯୌତୁକ ମାଗିବା ପରେ ଝିଅ ନିଜ ବାପା ଘରକୁ ଜଣାଇଥିଲା। ବାପା ଘର ଲୋକେ ଜାଣିବା ପରେ ଝିଅର ଖୁସି ପାଇଁ ସମସ୍ତ ପ୍ରକାର ଜିନିଷ ପତ୍ର ଦେଇ ଆଣିଦେଇଥିଲା ଜ୍ବାଇଁ ଘରକୁ। ତଥାପି ଜିନିଷ ଉପରେ ମନ ଭରିଲାନି ସୈତାନ ଜ୍ବାଇଁ ର। ଏକ ମାସ ପୂର୍ବେ ମୃତ ମହିଳା ନିଜ ବାପା ମା ଙ୍କୁ ଫୋନ ଯୋଗେ ଏକ ଲକ୍ଷ୍ୟ ଟଙ୍କା ଦେବାକୁ କହିଥିଲେ।

ଏକ ଲକ୍ଷ ଟଙ୍କା ଦେଲେ ତମେ ଜ୍ବାଇଁ ସହିତ କଥା ହେବ ଏବଂ ଜ୍ବାଇଁ ପାଇବ ବୋଲି କହିଥିଲେ। ମୃତ ମହିଳାଙ୍କ ୨ ବର୍ଷର ଗୋଟେ ଝିଅ ଥିଲା। ଝିଅ ର ଦେହ ଖରାପ ଏବଂ ଘରର ଖର୍ଚ୍ଚ ପାଇଁ ବାପ ଘରୁ ଟଙ୍କା ଆଣିବାକୁ କହୁଥାଏ ସୈତାନ ସ୍ଵାମୀ। ଯେତେ ଟଙ୍କା ଦେଲେ ମଧ୍ୟ ଟଙ୍କାରେ ମନ ଭରେନି ସୈତାନ ସ୍ଵାମୀ ର। ଜାଗର ଯାତ୍ରା ରେ ହଟାତ ଝିଅ ର ମୃତ୍ୟୁ ଖବର ଶୁଣି ଚକିତ ହୋଇପଡିଲେ କୁନି ଙ୍କ ବାପା ମା।

ହଟାତ ଆସି ଦେଖୁଥିଲ ଯେ ଝୁଲନ୍ତା ଅବସ୍ଥାରେ ପଡ଼ିଛି ତାଙ୍କ ଝିଅ କୁନି। ଏଭଳି ଘଟଣା ଦେଖି ମୃତ ମହିଳାଙ୍କ ବାପା ମହାବିରୋଡ ଥାନାରେ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି। ସେପଟେ ବାରମ୍ବାର ଝିଅକୁ ଏକ ଲକ୍ଷ ଟଙ୍କା ମାଗିଥିବା ଘଟଣାକୁ ନେଇ ଏପଟେ ଝିଅର ମୃତ୍ୟୁକୁ ନେଇ ବଡ ପ୍ରଶ୍ନ ବାଚି ସୃଷ୍ଟି କରିଛି ମୃତ ମହିଳାଙ୍କ ପରିବାର ଲୋକଙ୍କ ମନରେ। ଘଟଣାର ସତ୍ୟତା ଜାଣିବାକୁ ,ବାପା ର ଅଭିଯୋଗକୁ ନେଇ ଘଟଣା ସ୍ଥଳରେ ପହଁଚି ଥିଲେ ମହାବିରୋଡ ଥାନା ଅଧିକାରୀ ପ୍ରଦୀପ ପାତ୍ର। ଘଟଣା ସ୍ଥଳରେ ପହଁଚି ଶବଟିକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ମହାବିରୋଡ ପୋଲିସ ।

new life
You might also like
error: Content is protected !!