News
WhatsApp Image 2023-10-04 at 17.25.00
samparksetu

ମୌଳିକ ସୁବିଧାରୁ ବଞ୍ଚିତ ୩୫ ପରିବାର

ସମସ୍ୟା ଭିତରେ ଭୁବନ ଏନଏସି ୨ନଂ ୱାର୍ଡ ନଟାକଟା ମୌଜାର ନୂଆ କୁର୍ମଦା ଗ୍ରାମ । ଏଠାରେ ବସବାସ କରୁଥିବା ୩୫ ପରିବାର ପ୍ରଶାସନିକ ଅଧିକାରୀଙ୍କ ଅଣଦେଖା ଯୋଗୁ ସମସ୍ତ ମୌଳିକ ସୁଵିଧାରୁ ବଞ୍ଚିତ ହୋଇଛନ୍ତି ଏବଂ କେବଳ କାଗଜକଲମରେ ଗାଁର ଉନ୍ନତି ସୀମିତ ହୋଇ ରହିଛି ।

ଏହି ଗାଁକୁ ପକ୍କା ରାସ୍ତା ନଥିବା ବେଳେ , ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଶିକ୍ଷା ,ସ୍ୱାସ୍ଥ୍ୟ , ବିଦ୍ୟୁତ ପରି ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଅଭିଶପ୍ତ ଜୀଵନ ବିତାଉଛନ୍ତି । ଢେଙ୍କାନାଳ ଜିଲ୍ଲା ଭୁବନ ଏନଏସିରେ ଏହି ଗ୍ରାମରେ ୩୫ଟି ଅନୁସୂଚିତ ଜାତି ପରିବାର ବାସ କରୁଛନ୍ତି ।

ଏହି ଗ୍ରାମରେ ପ୍ରାୟ ଲୋକ ଜରିପାଳ, ନଡା ଛପର ଘରେ ବସବାସ କରୁଛନ୍ତି । ବର୍ଷା ହେଲେ ପାଖ ଗ୍ରାମରେ ଥିବା ସ୍କୁଲରେ ଆଶ୍ରୟ ନେଉଛନ୍ତି । ଏହି ଗ୍ରାମରେ ନା କୌଣସି ପ୍ରାଥମିକ ସ୍କୁଲ ଅଛି ନା ଅଙ୍ଗନବାଡି କେନ୍ଦ୍ର ଅଛି ।ଏଠାରୁ ଛୋଟ ପିଲାମାନେ ଏକ କିଲୋମିଟର ଦୂରରେ ଥିବା ବାଉଁଶକଣ ସ୍ଥିତ ସ୍କୁଲ ଓ ଅଙ୍ଗନବାଡ଼ି ଉପରେ ନିର୍ଭରଶୀଳ । ଏହି ଜାଗା ଜଙ୍ଗଲ କିସମ ଜଙ୍ଗଲ ପଟା । ପଟା ନଥିବାରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆବେଦନ କରିପାରୁନାହାନ୍ତି ଗ୍ରାମବାସୀ ।ଘରକୁ ଆଲୋକ ବ୍ୟବସ୍ଥା ଥିଲେ ମଧ୍ୟ ରାସ୍ତାରେ ଆଲୋକର ବ୍ୟବସ୍ଥା ନଥିବାରୁ ଅନ୍ଧାରରେ ଜଙ୍ଗଲୀ ଜୀବଜନ୍ତୁ ତଥା ଭାଲୁ ଭୟରେ ଘରୁ ବାହାରିପାରୁ ନାହାନ୍ତି ଲୋକମାନେ ।

ଅଧିକାଂଶ ଲୋକେ ଅପାଠୁଆ ଓ ଦିନ ମଜୁରିଆ ହୋଇଥିବାରୁ ବୟସ୍କ ହୋଇଥିଲେ ମଧ୍ୟ ଆଧାର କାର୍ଡରେ ବୟସ କମ ଥିବାରୁ ଭତ୍ତରୁ ବଞ୍ଚିତ ହୋଇଛନ୍ତି । ଏଠାରେ ଅଙ୍ଗନବାଡି କେନ୍ଦ୍ର , ସ୍କୁଲ , ରାସ୍ତା ଘାଟର ଉନ୍ନତୀକରଣ କି ବିଦ୍ୟୁତ କରଣୀର ବ୍ୟବସ୍ଥା ନଥିବା ବେଳେ ଏକ ଶିଶୁ ଉଦ୍ୟାନ ନିର୍ମାଣ ହେଉଛି ।

ଏସମ୍ପର୍କରେ ନଗରପାଳଙ୍କ ସାଙ୍ଗରେ ଯୋଗାଯୋଗ କରିବାରୁ ସେ କୁହନ୍ତି ମୁଁ ଏବେ ଦାୟିତ୍ବ ନେଇଛି ଖୁବ ଶୀଘ୍ର ଗାଁକୁ ଆଲୋକ ବ୍ୟବସ୍ଥା ଓ ରାସ୍ତାର ବ୍ୟବସ୍ଥା କରିବାକୁ ଚେଷ୍ଟା କରିବି ।

new life
You might also like
error: Content is protected !!