News
WhatsApp Image 2023-10-04 at 17.25.00
samparksetu

ଦୁଇ ବାଇକ ମୁହାଁ ମୁହିଁ ଧକ୍କା ,ଜଣେ ମୃତ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ରେଙ୍ଗାଳି ବାମ ପାର୍ଶ୍ବ କେନାଲ ଶୀତଳବସା ଗ୍ରାମ ଛକ ନିକଟ ରେ ଦୁଇ ବାଇକ ମୁହାଁ ମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି କାମାକ୍ଷାନଗର ଥାନା କାଦବସନ୍ତ ଗ୍ରାମର ବାଜିନାଥ ଟୁଡୁ |

ସୁଚନା ମୁତାବକ ବାଜିନାଥ ବାଇକ ଯୋଗେ ରେଙ୍ଗାଳି ବାମ କେନାଲ ରାସ୍ତାଦେଇ ଯାଜପୁର ଜିଲ୍ଲା ଡ଼ୁବୁରୀ କୁ କୌଣସି ଏକ କାର୍ଯ୍ୟ ରେ ଯାଉଥିଲେ। ଯିବାବେଳେ କେନାଲ ରାସ୍ତାର ଶୀତଳବସା ଗ୍ରାମ ନିକଟ ଛକ ରେ ସାମ୍ନା ପଟୁ ଏକ ବାଇକ ଧକ୍କା ଦେଇଥିଲା |ଫଳରେ ଘଟଣା ସ୍ଥଳରେ ଗୁରୁତର ଅବସ୍ଥାରେ ପଡ଼ିଥିବା ବେଳେ, ସ୍ଥାନୀୟ ଲୋକ ଆମ୍ବୁଲାନ୍ସ ଯୋଗେ ତାଙ୍କୁ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତି କରିଥିଲେ ।

ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ ଖବର ପାଇ ପୋଲିସ ମୃତଦେହ ଜବତ କରି ଶବ ବ୍ୟବଛେଦ ପାଇଁ ପଠାଇଛି। ଏବଂ ଦୁର୍ଘଟଣା ସ୍ଥଳକୁ ଯାଇ ଅଧିକ ତଦନ୍ତ ଜାରି ରଖିଛି ।ସେପଟେ ଧକ୍କା ଦେଇଥିବା ବାଇକ ଚାଳକ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବାର ଜଣାପଡ଼ିଛି ।

new life
You might also like
error: Content is protected !!