News
WhatsApp Image 2023-10-04 at 17.25.00
samparksetu

ହିନ୍ଦୋଳ ମହାବିଦ୍ୟାଳୟ ରେ ରାଜନୀତି ବିଜ୍ଞାନ ବିଭାଗର ପାଠ୍ୟଚକ୍ର

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡ ଖଜୁରିଆକଟା ସ୍ଥିତ ହିନ୍ଦୋଳ ମହାବିଦ୍ୟାଳୟ ରାଜନୀତି ଵିଜ୍ଞାନ ବିଭାଗ ପକ୍ଷରୁ ବିଭାଗୀୟ ମୁଖ୍ୟ ନିର୍ମଳ ଚନ୍ଦ୍ର ପାଣିଗ୍ରାହୀଙ୍କ ପୌରାହିତ୍ୟରେ ଗଣତନ୍ତ୍ରକୁ ସୁଦୃଢ କରିବାରେ ଗଣମାଧ୍ୟ୍ୟମର ଭୂମିକା ଉପରେ ଏକ ପାଠ୍ୟଚକ୍ର ଅନୁଷ୍ଠିତ ହୋଇଛି l

ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ସାହୁ ମୁଖ୍ୟ ଅତିଥି ରୂପେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରିବା ସହ ବେତାର ଓ ଦୂରଦର୍ଶନ ଭଳି ବିଭିନ୍ନ ସମ୍ବାଦ ପତ୍ର ଗୁଡ଼ିକ ଗଣତନ୍ତ୍ରର ଜାଗ୍ରତ ପ୍ରହରୀ ଭାବେ ଜନମାନସକୁ ନିରନ୍ତର ସେବା ଯୋଗାଇ ଦେବାରେ ସକ୍ଷମ ହୋଇପାରିଛି ବୋଲି ଅଭିହିତ କରିଥିଲେ l

ହିନ୍ଦୋଳ ରୋଡ଼ସ୍ଥିତ ଓଡାପଡା ପଞ୍ଚାୟତ ସମିତି କଲେଜର ରାଜନୀତି ବିଜ୍ଞାନ ବିଭାଗର ପ୍ରାଧ୍ୟାପକ ରଂଜନ କୁମାର ସାହୁ ମୁଖ୍ୟବକ୍ତା ଭାବେ ଅଂଶଗ୍ରହଣ କରି ଗଣତନ୍ତ୍ରକୁ ସୁଦୃଢ଼ କରିବାରେ ବିଭିନ୍ନ ଗଣ ମାଧ୍ୟମର ସାମ୍ବାଦିକ ମାନଙ୍କର ନିରପେକ୍ଷତା, ସମ୍ବାଦ ପରିବେଷଣ କରୁଥିବା ସାମ୍ବାଦିକ ମାନଙ୍କର ସାଧୁତା ଓ ସର୍ବୋପରି ପାଠକ କିମ୍ବା ଶ୍ରୋତା ମାନଙ୍କର ପ୍ରବଳ ଜିଜ୍ଞାସା ରହିଲେ ସମ୍ବାଦ ପତ୍ର ସହିତ ଦୂରଦର୍ଶନ ସମସ୍ତଙ୍କ ଠାରେ ଆଦର ଲାଭ କରିବ ବୋଲି ତାଙ୍କ ବକ୍ତବ୍ୟରେ ଦୃଢୋକ୍ତି ପ୍ରକାଶ କରିଥିଲେ l

ଇତିହାସ ବିଭାଗର ମୁଖ୍ୟ ବିମଳ ପ୍ରଧାନ ଓ ବିଭାଗର ଅଧ୍ୟାପିକା ପିପି ସାହୁ ସମ୍ମାନୀୟ ଅତିଥି ରୂପେ ଯୋଗଦେଇ ଗଣମାଧ୍ୟମର ଭୂମିକା ଉପରେ ବିସ୍ତୃତ ଆଲୋଚନା କରିବା ସହିତ ଗଣମାଧ୍ୟମରେ ଜନମତକୁ ବିଭ୍ରାନ୍ତି କଲେ ଦେଶ ଜାତିର ଅଦ୍ଭୁତ କ୍ଷତି ହେବ ବୋଲି ନିଜସ୍ୱ ମତ ରଖିଥିଲେ l

new life
You might also like
error: Content is protected !!