News
WhatsApp Image 2023-10-04 at 17.25.00
samparksetu

ପ୍ରଧାନ ଶିକ୍ଷକ ଙ୍କ ଦାୟିତ୍ଵ ହୀନତା ପାଇଁ ଦୁଇ ମେଧାବୀ ଛାତ୍ର ଛାତ୍ରୀ ମେଧା ବୃତ୍ତି ପରୀକ୍ଷାରୁ ବଞ୍ଚିତ !

ସରକାରଙ୍କ ଶିକ୍ଷା ବିଭାଗ ସରକାରୀ କିମ୍ବା ବେସରକାରୀ ବିଦ୍ୟାଳୟ ମାନଙ୍କରୁ ମେଧାବୀ ଛାତ୍ର ଛାତ୍ରୀ ମାନଙ୍କୁ ବିଭିନ୍ନ ମେଧା ବୃତ୍ତି ପରୀକ୍ଷା କରାଇ ଯୋଗ୍ୟ ବିବେଚିତ ଛାତ୍ର ଛାତ୍ରୀ ମାନଙ୍କୁ ବୃତ୍ତି ଆକାରରେ ପ୍ରତ୍ସାହନ ରାଶିଯୋଗାଇ ଦେଉଥିବା ବେଳେ କିଛି ଦାୟିତ୍ବ ହୀନ ବେପରୁଆ ମନୋଭାବ ଶିକ୍ଷକ ମାନଙ୍କ ଯୋଗୁଁ ମେଧାବୀ ଛାତ୍ର ଛାତ୍ରୀ ମାନେ ଚଳିତ ବର୍ଷ ପଠାଣି ସାମନ୍ତ ମେଧା ବୃତ୍ତି ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି।

ଫଳରେ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଉଛି। ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍ କଳିଙ୍ଗାପାଳ ସରକାରୀ ଉଚ୍ଚ ବିଦ୍ୟାଳୟରେ। ଘଟଣାରୁ ପ୍ରକାଶ ଯେ ୨୭ତାରିଖ ସୋମବାର ପଠାଣି ସାମନ୍ତ ଗଣିତ ମେଧାବୃର୍ତ୍ତି ପରୀକ୍ଷା ଦେବାପାଇଁ ସମୟ ଧାର୍ଯ୍ୟ ହୋଇଥିବା ବେଳେ କଳିଙ୍ଗାପାଳ ସରକାରୀ ଉଚ୍ଚ ବିଦ୍ୟାଳୟର ଷଷ୍ଠ ଶ୍ରେଣୀର ଛାତ୍ର ଚନ୍ଦନ କୁମାର ପାଳ ଓ ଛାତ୍ରୀ ସାଇସ୍ମିତା ସାହୁ ଏହି ମେଧା ବୃତ୍ତି ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି।

ଏହି ଦୁଇ ଛାତ୍ର ଛାତ୍ରୀ ନିର୍ଦ୍ଦିଷ୍ଟ ଫର୍ମ ପୁରଣ କରି ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ବେହେରାଙ୍କୁ ପ୍ରଦାନ କରି ଅନଲାଇନ୍ କରିବା ପାଇଁ ୫୦ ଟଙ୍କା ମଧ୍ୟ ଦେଇଥିଲେ। ପରୀକ୍ଷା ଦେବାପାଇଁ ଉଭୟ ଛାତ୍ର ଛାତ୍ରୀ ପ୍ରସ୍ତୁତ ମଧ୍ୟ ହୋଇଥିଲେ। ଚଳିତ ମାସ ୨୦ତାରିଖ ଠାରୁ ଆଡ୍ ମିଟ୍ କାର୍ଡ ଇଣ୍ଟର ନେଟରେ ଉପଲବ୍ଧ ଓ ୨୭ତାରିଖ ସୋମବାର ପରୀକ୍ଷା ହେବ ବୋଲି ଜାଣିବାକୁ ପାଇଥିଲେ। ସୋମବାର ପରୀକ୍ଷା ରବିବାର ଛୁଟି ଥିବାରୁ ପୂର୍ବରରୁ ଆର୍ଡମିଟ୍ କାର୍ଡ ପାଇଁ ଶନିବାର ଯାଇ ପ୍ରଧାନ ଶିକ୍ଷକ ଶ୍ରୀ ବେହେରା ଙ୍କୁ ପଠାଣି ସାମନ୍ତ ଗଣିତ ମେଧାବୃର୍ତ୍ତି ପରିକ୍ଷା ଦେବା, ପରିକ୍ଷା ପ୍ରବେଶପତ୍ର ମାଗିଥିଲେ।

ଦୁଃଖର ବିଷୟ ତୁମର ପରୀକ୍ଷା ଦେବାଲାଗି ଅନ୍ ଲାଇନ୍ ହୋଇ ପାରିନାହିଁ ବୋଲି ପ୍ରକାଶ କରିଥିଲେ। ଉଭୟ ଛାତ୍ର ଛାତ୍ରୀ ଦୁଃଖର ସହିତ ନିରାସ ହୋଇ ଘରେ ଅଭିଭାବକଙ୍କୁ ଜଣାଇଥିଲେ। ଅଭିଭାବକ ମାନେ ବିଦ୍ୟାଳୟକୁ ଯାଇ ପ୍ରଧାନ ଶିକ୍ଷକଙ୍କୁ ପଚାରିବାରେ ତୁମ ପିଲା ମାନଙ୍କର ଅନ୍ ଲାଇନ୍ ହୋଇପାରିନାହିଁ ଏଣୁ ପରୀକ୍ଷା ଦେଇ ପାରିବେ ନାହିଁ ବୋଲିରୋକ୍ ଠୋକ୍ ମନା କରିଦେଇଥିଲେ।

ଯାହାଫଳରେ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏନେଇ ଆମ ପ୍ରତିନିଧି ପ୍ରଧାନ ଶିକ୍ଷକଙ୍କୁୁ ପଚାରିବାରେ ବିଦ୍ୟାଳୟର ପୂର୍ବତ୍ତନ କମ୍ପୁଟର ଶିକ୍ଷକଙ୍କୁ ଫର୍ମ ପୁରଣ କରି ଅନ୍ ଲାଇନ୍ କରିବା ପାଇଁ ଦିଆଯାଇଥିଲା। ସେ କରିନାହାଁନ୍ତି ବୋଲି ପ୍ରକାଶ କରିଛନ୍ତି। ତୁମର ଟିକିଏ ଅବହେଳା ପାଇଁ ଛାତ୍ର ଛାତ୍ରୀ ପରିକ୍ଷା ଦେବାରୁ ବଞ୍ଚିତ ହେଲେ ବୋଲି କହିବାରୁ ସେ ସ୍ବିକାର କରିଥିଲେ।

ବ୍ଲକ୍ ଶିକ୍ଷା ଅଧିକାରୀଙ୍କୁ ପଚାରିବାରୁ ମୁଁ ପ୍ରଧାନ ଶିକ୍ଷକଙ୍କୁ ପଚାରି ବୁଝୁଛି ବୋଲି କହିଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପଚାରିବାରେ ଏହା ବହୁ ଦଃଖଦ ବିଷୟ ମେଧାବୀ ଛାତ୍ର ଛାତ୍ରୀ ମେଧାବୃର୍ତ୍ତି ପରିକ୍ଷାରୁ ବଞ୍ଚିତ ହେବା। ପ୍ରଧାନ ଶିକ୍ଷକଙ୍କୁ ପଚାରି ବୁଝୁଛି ବୋଲି କହିଥିଲେ। ଏଥିରୁ ଜଣା ପଡୁଛି ଜଣେ ପ୍ରଧାନ ଶିକ୍ଷକଙ୍କ ଘୋର ଅବହେଳା ଯୋଗୁଁ ମେଧାବୀ ଛାତ୍ର ଛାତ୍ରୀ ମାନେ ପରିକ୍ଷା ଦେବାରୁ ବଞ୍ଚିତ ହେଲେ। ଏହା ପ୍ରଧାନ ଶିକ୍ଷକଙ୍କ ଦାୟିତ୍ବ ହୀନତା ବୋଲି ଚର୍ଚ୍ଚା ହେଉଛି।

new life
You might also like
error: Content is protected !!