ଢେଙ୍କାନାଳ ଜିଲ୍ଲା ବିରାଡିଆ ଗାଁର ବଂଶୀଧର ସାମଲ(୬୮) ଆଜି ସକାଳେ ନିଜ ବିଲକୁ ଶୋରିସ କାଟିବାକୁ ଯାଇଥିବା ସମୟରେ ବିଲରେ ଛିଣ୍ଡି ପଡିଥିବା ଏକ ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସ ଗୁରୁତର ହୋଇଥିଲେ । ତାଙ୍କୁ ତୁରନ୍ତ ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା ,କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଶବ ବ୍ୟବଚ୍ଛେଦ ପରେ ମୃତ ଶରୀର ଗାଁକୁ ଆସିଥିଲା ।
ଉତ୍ୟକ୍ତ ଗ୍ରାମବାସୀ କ୍ଷତିପୂରଣ ଦାବିରେ ରାସ୍ତା ଉପରେ ମୃତଦେହ ରଖି ଢେଙ୍କାନାଳ କପିଳାସ ରାସ୍ତା ଅବରୋଧ କରିଛନ୍ତି । ତାଙ୍କର ଦାବି ଅନୁଯାୟୀ ବିଦ୍ୟୁତ ବିଭାଗ ର ତାର ଗାଁର ଅନେକ ଜାଗାରେ ବହୁତ ଖରାପ ଅଵସ୍ଥାରେ ରହିଛି । କେଉଁଠାରେ ତଳକୁ ନଇଁ ଗଲାଣି ତ କେଉଁଠି ଛିଣ୍ଡି ଗଲାଣି ତେବେ ଏନେଇ ବାରମ୍ବାର ଅଭିଯୋଗ ପରେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ । ଯାହା ଫଳରେ ସ୍ଥାନୀୟ ବିଦ୍ୟୁତ ଅଧିକାରୀଙ୍କ ଅପାରଗତା ହେତୁ ଏକ ନିରୀହ ଜୀବନ ଚାଲିଗଲା ।