News
WhatsApp Image 2023-10-04 at 17.25.00
samparksetu

ଭୁବନ ଅଞ୍ଚଳରେ ବଢିଚାଲିଛି ଲୁଟ !

ଭୁବନ ଥାନା ଅଧିନରେ ଥିବା ଜାତୀୟ ରାଜପଥ ୫୩ର ଭୁବନ ବିଜ୍ଞାପିତ ଅଚଂଳ ପରିଷଦର ଗଉଡମାଳିଆ ବନ୍ଧ ନିକଟରେ ଜଣେ ପୂର୍ବତନ କାଉନସିଲରଙ୍କ ଠାରୁ ମାରଣାସ୍ତ୍ର ଦେଖାଇ ଲୁଟି ନେଲେ ବାର ହଜାର ଟଙ୍କା । ଖବର ନେବାରେ ଜଣାଯାଇଛି ଯେ, ଭୁବନ ବିଜ୍ଞାପିତ ଅଚଂଳ ପରିଷଦର ପୂର୍ବତନ କାଉନସିଲର କୋଦଣ୍ଡଧର ସାହୁ (୪୭) ସବୁଦିନ ପରି ନିଜ ବାଇକ ଯୋଗେ ବେପାର କରିବାକୁ ଯାଇଥିଲେ ।

ସେ ମଙ୍ଗଳପୁର ଆଡୁ ଘରକୁ ଫେରୁଥିବା ସମୟରେ ଦୁଇ ଜଣ ଯୁବକ ତାଙ୍କୁ ଫଲୋ କରୁଥିଲେ ନିକାଚଂନ ସ୍ଥାନ ଗଉଡମାଳିଆ ବନ୍ଧ ଓ ନାୟାର ପେଟ୍ରୋଲ ପମ୍ପ ମଝି ରାସ୍ତାରେ କୋଦଣ୍ଡକୁ ଦୁଇ ଯୁବକ କଟୁରୀ ଦେଖାଇ ଅଟକାଇ ଥିଲେ ଗାଡିରୁ ପେଲିଦେଇଥିଲେ । ରାସ୍ତାରୁ ଉଠି ଠିଆ ହେବା ବେଳକୁ କୋଦଣ୍ଡଙ୍କ ମୁଣ୍ଡରେ ବନ୍ଧୁକ ଦେଖାଇ ତାଙ୍କର ୧୨ହଜାର ଟଙ୍କା ସାର୍ଟ ପକେଟରୁ ନେଇ ଭୁବନ ଆଡକୁ ଦୃତ ଗତିରେ ଦିନ ପ୍ରାୟ ୧୨.୧୦ସମୟରେ ପଳାଇ ଯାଇଥିଲେ ।

କୋଦଣ୍ଡ ଭୁବନ ଡାକ୍ତରଖାନାରେ ଚିକିତ୍ସିତ ହେବା ପରେ ଥାନାର ଆଶ୍ରୟ ନେଇଥିଲେ ।ସେହିପରି ରବିବାର ଦିନ ଭୁବନ ଏନ.ଏ.ସି ୱାର୍ଡ ନମ୍ବର ଦୁଇ ଲୁଣିଖିଆ ଅଚଂଳରେ ଏକୁଟିଆ ଘରକରି ରହୁଥିବା ଅବସର ପ୍ରାପ୍ତ କର୍ମଚାରି କୃଷ୍ଣଚନ୍ଦ୍ର ରାଉତଙ୍କ ଘରୁ କଲିଂ ବେଲ ମାରିବାରୁ ବାହାରକୁ ଆସିବା ପରେ କୃଷ୍ଣଚନ୍ଦ୍ରଙ୍କ ସ୍ତ୍ରୀ ନିର୍ମଳା ଙ୍କ ଠାରୁ ମଙ୍ଗଳସୂତ୍ର ଛଡାଇନେଇଥିବା ଜଣାପଡିଛି । ତେବେ ଭୁବନ ଥାନା ଅଚଂଳରେ ଦିନ ଦ୍ଵିପ୍ରହରରେ ଚୋରୀ ଡକାୟତି ବଢି ଚାଲିଥିବାରୁ ସାଧାରଣରେ ଭୟ ସୃଷ୍ଟି ହୋଇଛି । ପୋଲିସ ପକ୍ଷରୁ ଘଟଣାସ୍ଥଳ ପରିଦର୍ଶନ କରିବା ସହ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି ।

new life
You might also like
error: Content is protected !!