ଢେଙ୍କାନାଳ ବନଖଣ୍ଡ ସଦର ରେଞ୍ଜ ଏବଂ ହିନ୍ଦୋଳ ବନାଞ୍ଚଳ ବାବନ୍ଧ ସେକସନ ସୋରତଭ ଏବଂ କାଦୁଆମଡା ଜଙ୍ଗଲରେ ଏକର ଏକର ଶାଳ ଜଙ୍ଗଲରେ ନିଆଁ ଲାଗି ଜଳି ଯାଇଥିବାର ଜଣାପଡିଛି ।
ବାବନ୍ଧ ସେକସନ ଅନ୍ତର୍ଗତ ସୋରତ ଏବଂ କାଦୁଆମଡା ନିକଟରେ ବିସ୍ତିର୍ଣ୍ଣ ଶାଳ ଜଙ୍ଗଲ ରହିଛି । କେହି ଦୁର୍ବୃତ୍ତ ଶାଳ ଜଙ୍ଗଲରେ ନିଆଁ ଲଗାଇ ଦେବାକରୁ ଚାଇଁପୁର ସୋରତ ରାସ୍ତା ପାଶ୍ୱର୍ରେ ଥିବା ଜଙ୍ଗଲରେ ନିଆଁ ଲାଗି ନଷ୍ଟ ହୋଇଯାଇଛି ।
ରାସ୍ତାର ଉଭୟ ପାଶ୍ୱର୍ରେ ଥିବା ଜଙ୍ଗଲରେ ନିଆଁ ଲାଗିଯାଇଥିବା ବେଳେ ବନବିଭାଗର କର୍ମଚାରୀ ମାନେ ଏହାକୁ ଲଭାଇ ଦେଇଛନ୍ତି । ଏହି ନିଆଁରେ ପ୍ରତ ସହିତ ଛୋଟ ଛୋଟ ଗଛଗୁଡିକ ପୋଡି ପାଉଁଶ ହୋଇଯାଇଛି ।ସେହିପରି ଗଦାଶିଳା ଫରେଷ୍ଟ ସେକସନ ଅନ୍ତର୍ଗତ ଶଙ୍କରପ୍ରତାପ ପୁର ଶାସନ ନିକଟରେ ଥିବା
ଶ।ଳ ଜଙ୍ଗଲରେ ନିଆଁଲାଗି ନଷ୍ଟ ହୋଇ ଯାଇଥିବାର ଜଣାପଡିଛି ।