News
WhatsApp Image 2023-10-04 at 17.25.00
samparksetu

ଯୌତୁକ ନିର୍ଯ୍ୟାତନାକୁ ନେଇ ପୁଅ ବୋହୂକୁ ମାଡ଼ ମାରି ଲହୁଲୁହାଣ କଲେ !

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ର କଙ୍କଡାହାଡ଼ ଥାନା କେରେଜୋଳି ପଞ୍ଚାୟତ ଅନ୍ତର୍ଗତ ସରବେରେଣୀ ଗାଁରେ ଯୌତୁକ ନିର୍ଯ୍ୟାତନାକୁ ନେଇ ବର୍ବରକାଣ୍ଡ । ପୁଅ ଓ ବୋହୂକୁ ମାଡ଼ ମାରି ଲହୁଲୁହାଣ କଲେ କଲେ ଶାଶୂ ,ଶ୍ବଶୁର ଓ ଦେଢଶୁର ।

ଏଭଳି ସଙ୍ଗୀନ ଅଭିଯୋଗକୁ ନେଇ କଙ୍କଡାହାଡ଼ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ସରବେରେଣୀ ଗାଁର ଅଶୋକ କୁମାର ମହାନ୍ତ ଏବଂ ସ୍ତ୍ରୀ ନିର୍ମଳା ମହାନ୍ତକୁ ମାଡ଼ ମାରି ଲହୁଲୁହାଣ କରିଛନ୍ତି ଅଶୋକଙ୍କ ପରିବାର ଲୋକେ। ଉଭୟଙ୍କ ବିବାହ ୧୬ ବର୍ଷ ହୋଇଥିଲେ ସୁଦ୍ଧା ପ୍ରତିଦିନ ଯୌତୁକ ଜନିତ ନିର୍ଯ୍ୟାତନା ଦିଆଯାଉଥିବା ଅଭିଯୋଗ ହୋଇଛି ।

ନିର୍ମଳାଙ୍କ ଗୋଡ଼ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି। ତାଙ୍କୁ ସ୍ୱାମୀ ଅଶୋକ ମହାନ୍ତ ଗୁରୁତର ଅବସ୍ଥାରେ ପ୍ରଥମେ କାମାକ୍ଷାନଗର ଓ ପରେ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରିଛନ୍ତି । ତେବେ ଏ ନେଇ କଙ୍କଡାହାଡ଼ ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଦେଇଛି ପୋଲିସ ।

new life
You might also like
error: Content is protected !!