News
WhatsApp Image 2023-10-04 at 17.25.00
samparksetu

ମହୁଲଖୋଳି ଗ୍ରାମରରେ ଅଷ୍ଟପହରୀ ନାମଯଜ୍ଞ

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ ମହୁଲଖୋଳି ଗ୍ରାମରେ ଅଷ୍ଟପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ବୁଧୁବାର କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଥିଲା l ସ୍ଥାନୀୟ ପୋଖରୀ ତଟରେ ପୂଜାର୍ଚ୍ଚନା କରାଯିବା ପରେ ଜଳପୂର୍ଣ୍ଣ କଳସ ଧରି ଶୋଭାଯାତ୍ରାରେ ଆସି ନାମଯଜ୍ଞ ସ୍ଥଳରେ କଳସ ସ୍ଥାପନ କରିଥିଲେ l

ଅଧିବାସ ପୂଜା ପରେ ନାମ ଯଂଜ୍ଞ ଆରମ୍ଭ ହୋଇଥିଲା l ଏଥିରେ ଆଖ ପାଖ ଗ୍ରାମରୁ ଶତାଧିକ ଭକ୍ତ ସମାଗମ ହେବା ସହିତ ୧୦ ଟି ଗ୍ରାମରୁ ନାମ ସଂକୀର୍ତ୍ତନ ମଣ୍ଡଳୀ ଆସିବା ସହ ଏହି ମେଳରେ ମହିଳା ଓ କିଛି କୁନି କୁନି ପ୍ରତିଭା ସଂକୀର୍ତ୍ତନ କରିବାର ଦେଖିବାକୁ ମିଳିଥିଲା l ଉକ୍ତ କାର୍ଯ୍ୟକ୍ରମରେ ଦୀର୍ଘ ବର୍ଷ ଧରି ଗୌରୀପ୍ରେମୀ ଦିଲ୍ଲୀପ ଦେହୁରୀଙ୍କ ନେତୃତ୍ୱରେ ଅଷ୍ଟପହରୀ ନାମଯଜ୍ଞ ଚାଲୁରହିଛି l ଆଜି ଗ୍ରାମରେ ନଗରଯାତ୍ରା କରିବା ସହ ସନ୍ଧ୍ୟା ସମୟରେ ପ୍ରସାଦ ସେବନ ଚାଲୁରହିବ l

new life
You might also like
error: Content is protected !!