News
WhatsApp Image 2023-10-04 at 17.25.00
samparksetu

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଜାଲିଆତି ,ପଣ୍ଡା ନର୍ସିଂହୋମ ସିଲ କଲା ଟିମ

ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ଗୁଡିଆନାଳୀରେ ଥିବା ପଣ୍ଡା ନର୍ସିଂହୋମକୁ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନାକୁ ଜାଲିଆତି କରିବା ଘଟଣାରେ ପ୍ରଶାସନ ତରଫରୁ ସିଲ କରାଯାଇଛି । ସହର ସ୍ଥିତ ଟାଉନଥାନା ନିକଟସ୍ଥ ଗୁଡିଆନାଳୀରେ ରେ ଥିବା ପଣ୍ଡା ନର୍ସିଂ ହୋମକୁ କିଛି ଦିନ ତଳେ ଜଣେ ମହିଳା ଗଲ ବ୍ଲାଡର ଷ୍ଟୋନ ଅପରେସନ ପାଇଁ ଆସିଥିଲେ ।

ନର୍ସିଂହୋମ ତରଫରୁ ମହିଳାଙ୍କର ବିଜୁ ସ୍ୱସ୍ଥ୍ୟ କାର୍ଡ ନେବା ପରେ ଆଡମିଶନ ନକରି ମହିଳା ଜଣକୁ କଟକ ସ୍ଥାନାନ୍ତର କରିଦେଇଥିଲେ । ମହିଳା ଜଣକ ଗୁରୁତର ଅବସ୍ଥାରେ କଟକରେ ପହଂଚିବା ବେଳକୁ ପ୍ରାଣବାୟୁ ଉଡିଯାଇଥିଲା । ଡାକ୍ତାର ତାଙ୍କୁ ମତୃ ଘୋଷଣା କରିଥିବା ବେଳେ ଏହାକୁ ନେଇ ପରିବାର ବର୍ଗ ଜିଲ୍ଲାପାଳଙ୍କ ନିକଟରେ ଅଭିଯାଗ କରିଥିଲେ ।

ଅଭିଯୋଗକୁ ଭିତ୍ତିକରି ଜିଲ୍ଲାପାଳ ସରୋଜ କୁମାର ସେଠୀ ଏକ ଟିମ କରିବା ସହିତ ଶନିବାର ଦିନ ସଦର ତହସିଲଦାର ସୁଧାଂଶୁ କୁମାର ସାହୁ,ସିଡିଏମଓ ଅଶୋକ କୁମାର ଦାଶଙ୍କ ନେତୃତ୍ୱରେ ପୋଲିସ ସହିତ ସଦଳବଳେ ଚଢାଉ କରିଥିଲେ । ଚଢାଉ ବେଳେ ବିଜୁ ସ୍ୱାସ୍ଥ୍ୟ କାର୍ଡରେ ଏବଂ ଅନ୍ୟ କାଗଜ ପତ୍ରରେ ହେରଫେର ନେଇ ଟିମ ତରଫରୁ ନର୍ସିଂହୋମକୁ ସିଲ କରାଯାଇଥିବାର ଜଣାପଡିଛି ।

ଘଟଣାକୁ ନେଇ ଜିଲ୍ଲାପାଳ ସମସ୍ତ ନସିଂହୋମର ତନଖି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।ପୂର୍ବରୁ କଟକ ଜିଲ୍ଲା ଆଠଗଡରେ ଥିବା ପଣ୍ଡାନର୍ସିଂ ହୋମରେ ଏଭଳି ଜାଲିଆତିକୁ ନେଇ ସିଲ କରାଯାଇଥିଲା ।ଏକ ସୂତ୍ରରୁ ଜଣାପଡିଛି ଯେ ସହରରେ ୨୦ରୁ ଅଧିକ ନର୍ସିଂହୋମ ଚାଲୁଛି । ଏହି ନର୍ସିଂ ହୋମ ଗୁଡିକ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ଗୁଡିକ ହେର ଫେର କରି ବର୍ତ୍ତମାନ ସୁଦ୍ଧା ୨୭ କୋଟି ଟଙ୍କା ହଡପ କରିସାରିଛନ୍ତି ।

new life
You might also like
error: Content is protected !!