ପଂଗୁଣ ଆସିଲା ମଳୟ ମୋହିଲା
ଆମ୍ବ ବଉଳର ବାସନା
କି ମନୋହର ସେ ଦିବସ ଓ ନିଶି
ପୂଣ୍ଣମୀ କିରଣ ଜୋଛନା॥୧
କୁରେହିଁ ପୁଲର ବାସ ଚହଟାଇ
ପ୍ରିତି ରରଂଗ ଆସିଲା
ପଳାସ ପୁଂଲର ନାଲିଆ ବଦନ
ହାତ ହଲାଇ ସେ ଡାକଲା॥୨
ପଂଗୁର ରଂଗରେ କାନ୍ଥ ନାଲି ହେଲା
ଶଗଡ ଟି ହେଲା ଗେରୁଆ
କଇଁଳି ବାଛୁରୀ ମୁହଁ ନାଲି ହେଲା
ମା ଟି ତାହାର ମାରୁଆ॥୩
ବିମାନ ବାହିରେ ରଂଗ ଲାଗି ଆସେ
ରାଧାକୃଷ୍ଣ କଂର ମୁରତି
ନାଲି ବାନା ତାଂକ ପଂର ପଂର ଉଡେ
ମହକେ ଅଗର ବତୀ॥୪
ଗାଁ ଦାଣ୍ଡ ଧୂଳି ଝୁଣାରେ ବାସଇ
ଢୋଲ ବାଜେ ଢାଉଁ ଢାଉଁ
ଖଇ ଉଖୁଡା ଓ କଦଳି ନଡିଆ
ଭୋଗ ଲାଗି ହୋଇ ଥାଉ॥୫
ଗାଁ ମଣ୍ଡପରେ ବିଛାଡି ଅବିର
ସତେକି ଗୋଲାପି ଚଦର
ମୂରୁଜ ରଂଗରେ ପୂଜାସ୍ଥାନ ସବୁ
ଦିଶେକି କେଡେ ସେ ସୁନ୍ଦର॥୬
ଛତୀ ଚାନ୍ଦୁଆ ସେ କେତେ ମନୋହର
ନ ଦେଖିଲେ କିଏ ବୁଝିବ
ବିମାନ ଆଗରେ ସବୁ ସଜ ହୋଇ
ଆମ ଗାଆଁ ଚହଟୂଥିବ॥୭
ସଂଧ୍ୟ୍ୟା ଆଳତିରେ ମନ୍ଦିର ସାମ୍ନାରେ
କେଡେ ସେ ଅପୂର୍ବଶୋଭା
ଘିଅ ଆଳତି ଓ ନୌବେଦ୍ୟ ବାସରେ
ମନ୍ତ୍ର୍ରମୁଗ୍ଧ ସେଇ ଆଭା॥୮
କିର୍ତନ ଭଜନ ମୃଦଗଂ ଶବଦ
ମନେ ଆଣେ କେତେ ଚମକ
ଅନ୍ନ ଭୋଗ ସବୁ ପଂକ୍ତିରେ ଭୋଜନ୍ତି
ସଭିଏଁ ଭକତ ଯାକ॥୯
ପ୍ରଭାତ କିରଣ ବିଛାଡି ପଡିଲା
ସବୁଜ ଗାଲିଚା ଉପରେ
ନାଲି ନେଳି କେତେ ରଂଗଧରି ସବୁ
ଡିଅନ୍ତି ପିଲାଏ ମଜାରେ॥୧୦
ହୋଲି ରଂଗେ ସବୁ ପୁରୁଷ ମହିଳା
ଦେହେ ହେଲେ ବୋଳାବୋଳି
ହୋଲିକା ଦହନ କରିଥାନ୍ତି ଏଠି
ହୋଇ କେତେ କୋଳା କୋଳି॥୧୧
✍️ସନ୍ଦୀପ କୁମାର କର