News
WhatsApp Image 2023-10-04 at 17.25.00
samparksetu

ଡକାୟତି ପାଇଁ ଏଲଆଇସି ଏଜେଣ୍ଟଙ୍କୁ ହାଣିଲା ଲୁଟେରା

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନଏସି ରେ ଲୁଟେରା ଆତଙ୍କ,ଖବରରୁ ପ୍ରକାଶ ଗତକାଲି ଅପରାହ୍ନ ୫ଟା ସମୟରେ ହିନ୍ଦୋଳ ଏନ ଏ ସି ୱାର୍ଡ ନଂ -୬ ବାସିନ୍ଦା ତଥା ବରିଷ୍ଠ ଏଲଆଇସି ଏଜେଣ୍ଟ ପ୍ରସନ୍ନ କୁମାର ସାହୁ ୱାର୍ଡ ୩ଚଣାବାରିଆ ନିକଟ ପେଟ୍ରୋଲ ପମ୍ପରେ ପେଟ୍ରୋଲ ପକାଇବା ସହ ଏଲଆଇସି କାମରେ ନିକଟସ୍ଥ ବାଉଁଶ ପୋଖରୀ ଅଂଚଳକୁ ଯିବା ସମୟରେ ପେଟ୍ରୋଲ ପମ୍ପ ଠାରୁ ପଚାଶ ମିଟର ଦୂରରେ ଏକ କଳା ଡୀଲକ୍ସ ମୋଟର ସାଇକେଲ ସହ ଜଣେ ଯୁବକ ପ୍ରସନ୍ନ ସାହୁଙ୍କୁ ଅଟକାଇ ହଟାତ ଏକ କଟୁରି ବାହାର କରି ତାଙ୍କ ମୁଣ୍ଡକୁ ଲକ୍ଷକରି ଗୋଟେ ଚୋଟ ପକାଇବା ବେଳେ ତାହା ଲକ୍ଷଚ୍ୟୁତ ହୋଇଥିଲା ।

ଶ୍ରୀ ସାହୁ କାହିଁକି ମୋତେ ଆକ୍ରମଣ କରୁଛ କହିଥିଲେ ମାତ୍ର ସେହି ଡକାୟତ ଟି ପୁଣି ତାଙ୍କ ବାମ ହାତକୁ ହାଣିଦେଇଥିଲା ଫଳରେ ଶ୍ରୀ ସାହୁ ରକ୍ତ ଜୁଡୁବୁଡୁ ହୋଇ ପେଟ୍ରୋଲ ଟାଙ୍କି ଆଡେ ଦୌଡ଼ି ପଳାଇଥିଲେ ଏବଂ ଡକାୟତ ଟି ମଧ୍ୟ ଅନୁଗୁଳ ପଟକୁ ଫଳାଇ ଯାଇଥିଲା । ପ୍ରସନ୍ନ ସାହୁ ହିନ୍ଦୋଳ ଡାକ୍ତରଖାନା ଆସି ଚିକିତ୍ସା ହେବା ସହ ହିନ୍ଦୋଳ ଥାନାରେ ଯାଇ ତୁରନ୍ତ ଲିଖିତ ଅଭିଯୋଗ କରିଛନ୍ତି ଏବଂ ହିନ୍ଦୋଳ ପୋଲିସ ଘଟଣାର ତଦନ୍ତ କରିବା ସହ ଲୁଟେରାକୁ ଧରିବାକୁ ଚେଷ୍ଟା କରୁଛି । ଶ୍ରୀ ସାହୁଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଅଛି ମାତ୍ର ଏହି ଘଟଣା କୁ ନେଇ ହିନ୍ଦୋଳ ରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

new life
You might also like
error: Content is protected !!