କୁକୁଡ଼ା ରାବିଲେ ତପନ ଉଇଁଲେ
ରାତିପାହି ହେଲା ସକାଳ,
ମନ୍ଦିରରେ ଶଙ୍ଖ ଘଣ୍ଟି ଶୁଭିଲାଣି
କଲେଣି ଲୋକେ ଚଳ ପ୍ରଚଳ।
ସକାଳୁ ଉଠି ମୁଁ ଚାହିଁ ବସିଛି
ଆସିବ ସେ କେବେ ମନ୍ଦୀର,
ତା ଲାଜୁଆ ଆଖିରେ ମୋ ଆଖି ମିଶିଲେ
ଚାଲିଯାଏ ସେ ହୋଇ ତରବର।
ଫୁଲେଇ ହେଇ ସାଙ୍ଗ ଆଗରେ
ମୁହଁ ମୋଡି ଚାଲିଯାଏ,
ପୁଣି କଣ ଭାବେ ସେ ପାଗୀଳି
ବୁଲି ବୁଲି ଚାହୁଁଥାଏ।
ପୂଜାସାରି ସାଙ୍ଗମେଳେ ଜେବେସେ ଫେରେ
ମନ୍ଦିରରେ ବାଡ଼େଇ ନଡ଼ିଆ,
ଭୋଗ ପାଇବା ପାଇଁ ମୁଁ ହାତ ବଢ଼େଇଲେ
ମତେ କୁହେ ଯା…ତୁମେତ ଅଗାଧୁଆ।
✍️ ଅମରେଶ ଖଟୁଆ