News
WhatsApp Image 2023-10-04 at 17.25.00
samparksetu

ବନ୍ଧା ହେଲେ ପୂର୍ବତନ କଲେଜ ଅଧ୍ୟକ୍ଷ !

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡର କଙ୍କଡାହାଡ଼ ଥାନା ବିରାଶାଳ କଲେଜର ପୂର୍ବତନ କଲେଜ ଅଧ୍ୟକ୍ଷ ଅଟଳ ବିହାରୀ ବାରିକ ,ଫର୍ଜୀ ସାର୍ଟିଫିକେଟ୍ ଦେଇ ଚାକିରୀ କରିବା ସହ ଲକ୍ଷ ଲକ୍ଷ ଟଙ୍କା ଅର୍ଥ ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା ।ବହୁ ଛାତ୍ରଛାତ୍ରୀଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ନେଇ ନକଲି ସାର୍ଟିଫିକେଟ୍ ପ୍ରଦାନ କରିଥିଲେ । ଅଧ୍ୟକ୍ଷ ୨୦୦୯ ରୁ ୨୦୧୬ ପର୍ଯ୍ୟନ୍ତ ମହାବିଦ୍ୟାଳୟ କାର୍ଯ୍ୟାତ ଥିଲେ । କାମାକ୍ଷାନଗରର ପୂର୍ବତନ ଉପଜିଲ୍ଲାପାଳ କଳ୍ପତରୁ ବେହେରା ସୂଚନା ଅଧିକାର ଆଇନ ବଳରେ ତାଙ୍କର କଳାକାନାମା ର ରିପୋର୍ଟ ପାଇବା ପରେ ପୋଲିସର ତଦନ୍ତ ପରିସର କୁ ଆସିଥିଲା ରାୟପୁର୍ ବିଶ୍ୱବିଦ୍ୟାଳୟର ଫର୍ଜୀ ସାର୍ଟିଫିକେଟ୍ ତିଆରି କରି ଚାକିରି ରେ ଯୋଗ ଦେଇଥିଲେ ।

ସେହି ସମୟ ରେ ଛାତ୍ରଛାତ୍ରୀ ମାନଙ୍କ ଠାରୁ ଆର୍ଡମିଶନ ଓ ପରୀକ୍ଷା ଦେବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରି ଆତ୍ମସାତ୍ କରିଥିଲେ। ଯାହା ଫଳରେ ଛାତ୍ରଛାତ୍ରୀ ମାନେ ନକଲି ଆର୍ଡମିଟ୍ କାର୍ଡ଼କୁ ନେଇ କଲେଜ୍ ରେ ପହଞ୍ଚିଥିବା ବେଳେ କଲେଜ୍‌ ରେଜିଷ୍ଟରରେ ତାଙ୍କ ନାମ ନଥିବା ଜାଣିବାକୁ ପାଇଥିଲେ ଛାତ୍ରଛାତ୍ରୀ ମାନେ ପରୀକ୍ଷାରୁ ବଞ୍ଚିତ ହେବା ପରେ ଉପଜିଲ୍ଲା ପାଳଙ୍କ ଠାରେ ଅଭିଯୋଗ କରିଥିଲେ। ତଦନ୍ତ ପରେ ତତ୍‌କାଳୀନ ଉପଜିଲ୍ଲା ପାଳ କାଉନ୍‌ସିଲ୍ କୁ ସୂଚନା ଦେଇଥିଲେ। ପରେ ଅଧ୍ୟକ୍ଷ ଗିରଫ ହୋଇଯିବା ଭୟରେ ତାଙ୍କର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇ ଫେରାର ହୋଇଯାଇଥିଲେ।

ବିଶେଷ ସୂତ୍ରରୁ ଖବର ପାଇଁ ଢେଙ୍କାନାଳ ଏସ୍‌.ପି ଙ୍କ ସହାୟାତାରେ ଯାଜପୁର ସୁକିନ୍ଦା ଥାନା ଅଧିକାରୀ ଙ୍କ ସହଯୋଗରେ କଙ୍କଡ଼ାହାଡ ପୋଲିସ ଗିରଫ କରି କୋଟ୍ ଚାଲାଣ କରିଛନ୍ତି।

new life
You might also like
error: Content is protected !!