News
WhatsApp Image 2023-10-04 at 17.25.00
samparksetu

ଦନ୍ତା ଆକ୍ରମଣ ରେ ଦୁଇ ଗୁରୁତର

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡ ରେ କିଛି ଦିନ ର ବ୍ୟବଧାନ ପରେ ଆଜି ସକାଳେ ପୁଣି ଦନ୍ତା ହାତୀ ଆକ୍ରମଣ ରେ ଗୁରୁତର ହୋଇଥିବା ସୂଚନା ମିଳିଛି l ସୂଚନା ଅନୁଯାୟୀ ପାଟ ଲା ପଂଚାୟତ ଅନ୍ତର୍ଗତ ବାଙ୍କିଡି ଗ୍ରାମର ସତ୍ୟାନନ୍ଦ ବେହେରା (୪୫) ରୁଙ୍ଗଟା ମାଇନ୍ସ ରୁ ସକାଳ ୬ ଟା ସମୟ ରେ ନିଜ ଗ୍ରାମ କୁ ଫେରୁଥିବା ବେଳେ ଦନ୍ତା ହାବୁଡ଼ରେ ପଡି ଜାଇ ଥିଲେ ଦନ୍ତା ତାଙ୍କୁ ଶୁଣ୍ଢ ରେ ଫୋପାଡ଼ି ଦେବାରୁ ଗୁରୁତର ଭାବେ ଆହତ ହୋଇଥିଲେ ।

ପାଟି ଶୁଣି ନିକଟରେ ଥିବା ଲୋକେ ଦୌଡି ଆସିବାରୁ ଦନ୍ତା ସେଠାରୁ ପଳାଇ ଥିଲା ସ୍ଥାନୀୟ ଲୋକ ସତ୍ୟାନନ୍ଦ କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ଡାକ୍ତରଖାନା କୁ ପଠାଇ ଥିଲେ ।

ଘଟଣା ଘଟିବାର ଘଣ୍ଟାଏ ପରେ କଡଲା ପଂଚାୟତ ଅନ୍ତର୍ଗତ ମଧୁପୁର ଗ୍ରାମ ର ପର୍ଶୁରାମ ଜେନା (୫୬) ନିକଟରେ ଥିବା ସାପ୍ତାହିକ ହାଟ କୁମୁରିସିଙ୍ଗା କୁ ସଉଦା କରିବାକୁ ଆସୁଥିବା ବେଳେ ଦନ୍ତା ହାତୀ ଆକ୍ରମଣ ର ଶିକାର ହୋଇଥିଲେ ,ତାଙ୍କୁ ଗୁରୁତର ଭାବେ ଉଦ୍ଧାର କରାଯାଇ ନିକଟସ୍ଥ ଖଜୁରିଆକଟା ସ୍ୱାସ୍ଥ୍ୟକେନ୍ଦ୍ର କୁ ଅଣାଯାଇଥିଲା ଅବସ୍ଥା ଗୁରୁତର ତାଙ୍କୁ କଟକ ବଡ଼ ମେଡିକାଲ କୁ ସ୍ଥାନାନ୍ତର କରାଯାଇଥିବା ଜଣା ପଡିଛି ।

new life
You might also like
error: Content is protected !!