News
WhatsApp Image 2023-10-04 at 17.25.00
samparksetu

ଅଲୋଡା ପାଲଟିଛି ଆଇ ଲଭ ଢେଙ୍କାନାଳ ସେଲଫି ପଏଣ୍ଟ

ଢେଙ୍କାନାଳ ପ୍ରଶାସନ ଓ ପୌରସଂସ୍ଥା ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଶହଶହ ବର୍ଷର ଗଛକୁ କାଟି ସେଲଫି ପଏଣ୍ଟ କରାଯାଇଛି । ମହାତ୍ମାଗାନ୍ଧୀ ମାର୍ଗରେ ଥିବା ଏହି ସେଲଫି ପଏଣ୍ଟ ଏବେ ଅଲୋଡା ହୋଇଯାଇଛି ।

ରକ୍ଷଣାବେକ୍ଷଣ ଅଭାବ ଯୋଗୁ ଫୁଲ କୁଣ୍ଡରେ ନା ଅଛି ଫୁଲ ଗଛ ନା ଫୁଲ ବରଂ ପାଣି ଅଭାବରୁ ଯେଉଁଗଛ ସବୁ ଲାଗିଥିଲା ତାହା ଶୁଖି ନଷ୍ଟ ହୋଇଯାଇଛି । ସେଲଫି ପଏଣ୍ଟକୁ ଲାଗି ପାଣି ଟ୍ୟାପ ଥିଲେ ମଧ୍ୟ ପ୍ରଶାସନ କିମ୍ବା ପୌରସଂସ୍ଥା ତରଫରୁ କୌଣିସ ପଦକ୍ଷେପ ଗ୍ରହଣ କରାଯାଉନଥିବାର ଅଭିଯୋଗ ହେଉଛି । ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟ ସମ୍ମୁଖ ରାସ୍ତାକୁ ସମ୍ପ୍ରସାରଣ କରାଯିବା ସହତି ମୋ ଢେଙ୍କାନାଳ ସବୁଜ ସୁନ୍ଦର ନାମରେ ନାମିତ କରାଯାଇ ମୁଖ୍ୟ ଷ୍ଟାଡିୟମ ନିକଟରେ ଏକ ସେଲଫି ପଏଣ୍ଟ କରାଯାଇଛି ।

ନୂଆ ନୂଆ ଏହାକୁ ନେଇ ପ୍ରଶାସନ ପୌରସଂସ୍ଥା ଏବଂ ରାଜନୈତିକ ନେତାମାନେ ବେଶ ଉତଫୁଲିତ ହେଉଥିବା ବେଳେ ଏହା ଏବେ ଅଲୋଡା ହୋଇଯାଇଛି । ବହୁପୁରାତନ ଗଛକୁ କାଟି ସବୁଜ ସୁନ୍ଦର କରିବା ପାଇଁ ସେଲଫି ପଏଣ୍ଟ ରେ ଘାସ ଲଗାଯାଇଛି ।

ଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟ ପାଚେରୀ ଏବଂ ବନଖଣ୍ଡ ଅଧିକ।ରୀଙ୍କ କାର୍ଯ୍ୟାଳୟ ଠାରୁ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ଏବଂ ମୁଖ୍ୟ ଷ୍ଟାଡିୟମ ଶେଷ ପର୍ଯ୍ୟନ୍ତ ବସଷ୍ଟାଣ୍ଡ ହନୁମାନ ଛକ ପର୍ଯ୍ୟନ୍ତ ରାସ୍ତା ଦୁଇ ପାଶ୍ୱର୍ରେ ଶହ ଶହ ଫୁଲ କୁଣ୍ଡ ରଖାଯାଇଛି । ସେହି ଫୁଲକୁଣ୍ଡକୁ ସୁରକ୍ଷା ଦେବାକୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ରେଲିଂ ମଧ୍ୟ ଲଗାଯାଇଛି । କିନ୍ତୁ ଏହାର ରକ୍ଷଣାବେକ୍ଷଣ କରିବାକୁ ପ୍ରଶାସନ କିମ୍ବା ପୌରସଂସ୍ଥା ନାଁ ଧରୁନି । ଫୁଲ କୁଣ୍ଡରେ ଫୁଲ ଚାରା ଟିଏ ମଧ୍ୟ ଦେଖିବାକୁ ମିଳୁନାହିଁ ।

କେବଳ ମାଟି ଭର୍ତ୍ତି ଫୁଲ କୁଣ୍ଡ ଗୁଡିକ ଶୋଭାପାଉଛି । ଅନେକ ଫୁଲ କୁଣ୍ଡ ଭାଙ୍ଗି ନଷ୍ଟ ହୋଇଗଲାଣି । ସେଲଫି ପଏଣ୍ଟ ରେ ପ୍ଲାଷ୍ଟିକ ଗ୍ଲାସ ସହିତ ଅନ୍ୟାନ୍ୟ ଅଳିଆ ଆବର୍ଜନା ପଡିରହିଥିଲେ ମଧ୍ୟ ତାହା ସଫା କରାଯାଉ ନଥିବାର ଦେଖିବାକୁ ମିଳିଛି ।ମହାତ୍ମା ଗାନ୍ଧୀ ମାର୍ଗରେ ନାମିତ ଏହି ରାସ୍ତାର ଉଭୟ ପାର୍ଶ୍ଵରେ ଏବେ ବି ଅନେକ ଉଠା ଦୋକାନୀଙ୍କ କବଜା ଯୋଗୁ ରାସ୍ତାର ସୌନ୍ଦର୍ଯ୍ୟ ନଷ୍ଟ ହେଉଛି । କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ରାସ୍ତାର ସମ୍ପ୍ରସାରଣ,ସୌନ୍ଦର୍ଯ୍ୟ କରଣ,ଷ୍ଟିଲ ରେଲିଂ ସ୍ଥାପନ,ଫଲୁ କୁଣ୍ଡ ସ୍ଥାପନ କରାଯାଇଥିବା ବେଳେ ଏହାର ଆଦୌ ରକ୍ଷଣାବେକ୍ଷଣ କରାଯାଉନଥିବାର ବୁଦ୍ଧିଜିବୀ ମାନେ ଅସନ୍ତୋଷ ପ୍ରକାଶ କରିଛିନ୍ତି ।

new life
You might also like
error: Content is protected !!