News
WhatsApp Image 2023-10-04 at 17.25.00
samparksetu

ଶିକ୍ଷାପାଇଁ ବାଧକ ସାଜିଛି ରେଳ ଲାଇନ ,୭୩ ବର୍ଷ ଧରି ଲାଗିରହିଛି ସମସ୍ୟା !

ଢେଙ୍କାନାଳ ଜିଲ୍ଳା ଓଡାପଡା ବ୍ଲକ ଦେଇ ଯାଇଥିବା ତାଳଚେର-ଢେଙ୍କାନାଳ ଏବଂ ଢେଙ୍କାନାଳ-ତାଳଚେର ରେଳ ଲାଇନ ଦିର୍ଘ ୭୩ ବର୍ଷ ଧରି ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷାକ୍ଷେତ୍ରରେ ବାଧକ ସାଜିଛି । ଓଭରବ୍ରିଜ କିମ୍ବା ଅଣ୍ଡର ବ୍ରିଜ ନଥିବାରୁ ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟରେ ପହଞ୍ଚିବା ବିଳମ୍ବ ହେଉଥିବାରୁ ବାଧ୍ୟ ହୋଇ ଛାତ୍ରଛାତ୍ରୀ ମାନେ ବିପଦ ସଙ୍କୁଳ ଭାବରେ ରେଳ ଡବା ତଳ ଦେଇ ଯାତାୟତ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।

ଢେଙ୍କାନାଳ ସହିତ ସଂଯୋଗ କରୁଥିବା ଡାଉନ ଏବଂ ଅପଲାଇନ ପାର ହୋଇ ରେଳ ଧାରଣା ଅପର ପାର୍ଶ୍ଵରେ ଥିବା ଛାତ୍ରଛାତ୍ରୀ ମାନେ ଶିକ୍ଷାପାଇଁ ବିପରୀତ ପାର୍ଶ୍ଵକୁ ରେଳ ଧାରଣା ପାର ହୋଇ ଯାତାୟତ କରିଥାନ୍ତି । ଓଡାପଡା ବକ୍ଲ ସଦାଶିବପୁର ପଞ୍ଚାୟତ ସଦାଶିବପୁର ଷ୍ଟେସନ ନିକଟରେ ରହିଥିବା ତେନ୍ତୁଳିଆପଡା ଗ୍ରାମର ଛାତ୍ରଛାତ୍ରୀ ମାନେ ଏବଂ ଅପର ପାର୍ଶ୍ଵରେ ରହୁଥିବା ହରିଜନ ବସ୍ତିର ପିଲାମାନେ ଅପରପାର୍ଶ୍ଵରେ ଥିବା ତେନ୍ତୁଳିଆପଡା ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ଯାତାୟତ କରିବା ପାଇଁ ବାଧକ ସାଜିଛି ।

ଏହି ଷ୍ଟେସନରେ ମାଲ ବୋଝେଇ ଟ୍ରେନ ଗୁଡିକ ବହୁ ସମୟ ଅଟକି ରହୁଥିବାର ରେଳ ବିଭାଗ ଗେଟ ବନ୍ଦ ହୋଇ ରହୁଛି ।ଅପର ପାର୍ଶ୍ଵକୁ ଯାତାୟତ କରିବା ପାଇଁ କୌଣସି ଅଣ୍ଡରପାସ କିମ୍ବା ଓଭରପାସ ନଥିବାରୁ ବାଧ୍ୟ ହୋଇ ଛାତ୍ରଛାତ୍ରୀ ସାଧାରଣ ଲୋକ ଟ୍ରେନ ତଳେ ଗଳି ଅତି ବିପଦ ସଙ୍କୁଳ ଭାବରେ ଯାତାୟତ କରୁଥିବାର ଦେଖବାକୁ ମିଳିଛି । ସେହିପରି ଆମ୍ବୁଲାନ୍ସ କିମ୍ବା ଅଗ୍ନିଶମ ବିଭାଗ ଗାଡି ଗୁଡିକ ମଧ୍ୟ ବହୁ ସମୟ ଧରି ଅଟକି ରହିବାର ନଜିର ରହିଛି ।

ସେହିପରି ଦାଣ୍ଡିମାଳ ପିଏଚରେ ବାରମ୍ବାର ଟ୍ରେନ ଗୁଡିକ ଅଟକି ରହିବା ଏବଂ ଗେଟ ପଡିବାରୁ ଛାତ୍ରଛାତ୍ରୀ ସହିତ ଅନ୍ୟ ମାନେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସଦାଶିବପୁର ଷ୍ଟେସନ ପୂର୍ବପାର୍ଶ୍ଵରେ ଥିବା ଗେଟ ମଧ୍ୟ ପଡି ରହୁଥିବାରୁ ସାନବଉଳପୁୂର, ବଡବଉଳପୁର, ସୁଧାଡିହ କାଟେଣୀର ଲୋକମାନେ ଅସୁବିଧାର ସମ୍ମୁୂଖୀନ ହେଉଥିବା ବେଳେ ସମାନ ଭାବରେ ରସାସିଂହ,ପାଶସିଂହର ଲୋକମାନେ ସମାନ ସମସ୍ୟା ଭୋଗ କରୁଛନ୍ତି । ରେଳ ବିଭାଗର ତରଫରୁ ସ୍ଥାୟୀ ସମାଧାନ ସହିତ ପଦକ୍ଷେପ ନେବାକୁ ଦାବି ହୋଇଛି ।

new life
You might also like
error: Content is protected !!