ଓଡ଼ିଶାରେ ବିଧାୟକ ମାନଙ୍କର ଦରମା ବୃଦ୍ଧି ପୂର୍ବରୁ ବାର୍ଦ୍ଧକ୍ୟ, ବିଧବା ଏବଂ ଭିନ୍ନକ୍ଷମ ମାନଙ୍କ ଭତ୍ତା ଦୁଇ ହଜାର ପାଞ୍ଚଶହକୁ ବୃଦ୍ଧି କରିବାକୁ ଆମ୍ ଆଦମୀ ପାର୍ଟି ଦାବି କରିଛି ।
ଯଦି ବିଧାୟକମାନେ ଜାଣୁଛନ୍ତି ଦରଦାମ ବହୁତ ବଢିଛି ଏବଂ ଚଳିବାକୁ ଅସୁବିଧା ହେଉଛି ତେବେ ପ୍ରଥମେ ବାର୍ଦ୍ଧକ୍ୟ, ବିଧବା ଏବଂ ଭିନ୍ନକ୍ଷମ ଭତ୍ତାକୁ ଦୁଇ ହଜାର ପାଞ୍ଚଶହ କରିବା ପାଇଁ ଆମ୍ ଆଦମୀ ପାର୍ଟି ଦାବି କରିଛି l ମାତ୍ର ପାଞ୍ଚଶହ ଟଙ୍କାରେ ଚଳିବା ଏହି ବର୍ଗର ଲୋକଙ୍କ ପାଇଁ ଅତ୍ୟନ୍ତ ଯନ୍ତ୍ରଣା ଦାୟକ l ତେଣୁ ବିଧାୟକ ମାନଙ୍କ ଦରମା ବୃଦ୍ଧି ପୂର୍ବରୁ ଏମାନଙ୍କର ଭତ୍ତା ରାଶିକୁ ବୃଦ୍ଧି କରିବା ପାଇଁ ସରକାର ନିଷ୍ପତ୍ତି ନେବା ପାଇଁ ପାର୍ଟି ଦାବି କରିଛି l ଏହି ପ୍ରେସ ବାର୍ତ୍ତା ରେ ଜିଲ୍ଲା ଆବାହକ ପଙ୍କଜ ନାୟକ, ମିଡ଼ିଆ ପ୍ରଭାରୀ ଜିତେନ୍ଦ୍ର ବେହେରା, କାର୍ଯ୍ୟାଳୟ ସମ୍ପାଦକ ଚିନ୍ମୟ ସେନାପତି, ଯୁବ ସଂଗଠକ ଦେବାଶିଷ ବେହେରା, ସଦସ୍ୟ ଦିବ୍ୟଜ୍ୟୋତି ବେହେରା ପ୍ରମୁଖ ଉପସ୍ଥିତ ଥିଲେ l