News
WhatsApp Image 2023-10-04 at 17.25.00
samparksetu

ନିନ୍ଦାକୁ ସହି ନପାରି ଆତ୍ମହତ୍ୟା କଲେ ନବମ ଶ୍ରେଣୀ ଛାତ୍ରୀ

ଅଶ୍ଳୀଳ ଭିଡିଓ ଭାଇରାଲ ହେବାରୁ ଜଣେ ନବମ ଶ୍ରେଣୀ ଛାତ୍ରୀ ଆତ୍ମହତ୍ୟା କରିଦେଇଥିବା ସୂଚନା ମିଳିଛି । ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ହାଟରୋଡ଼ ରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି ।

ସୂଚନା ଅନୁଯାୟୀ, ଛାତ୍ରୀଙ୍କର ଏକ ଅଶ୍ଳୀଳ ଭିଡିଓ ଭାଇରାଲ ହୋଇଥିବା କୁହାଯାଉଛି । ଯାହାକୁ ନେଇ ତାଙ୍କ ସାହିରେ ବେଶ୍ ଚର୍ଚ୍ଚା ହେଉଥିଲା । ଏ ସମ୍ପର୍କରେ ଛାତ୍ରୀଙ୍କ ମା’ ଜାଣିପାରି ଗତକାଲି ତାଙ୍କୁ ଗାଳି କରିଥିବା ବେଳେ ଆଜି ସକାଳୁ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ।

ଏକ ବନ୍ଦ ଘରେ ରଶି ଲଗାଇ ଝୁଲି ପଡିଥିବା ପରିବାର ଲୋକେ ଦେଖିଥିଲେ । ତୁରନ୍ତ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଖବର ପାଇ ପୁଲିସ ପହଞ୍ଚି ଶବ ବ୍ୟବଚ୍ଛେଦ କରାଇଥିବା ସହ ତଦନ୍ତ କରୁଛି । 

new life
You might also like
error: Content is protected !!