News
WhatsApp Image 2023-10-04 at 17.25.00
samparksetu

ଅଗ୍ନୀ ବିପନ୍ନ ପରିବାରକୁ ଘର ପ୍ରଦାନ ଦାବି

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବକ୍ଲ ମୁକ୍ତାପଶି ପଞ୍ଚାୟତ ପଥରଖମ୍ବ ଗ୍ରାମର ୨୪ଟି ପରିବାରଙ୍କର ଗତ ଫେବୃଆରୀ ୧୫ ତାରିଖରେ ନିଆଁ ଲାଗି ଘର ପୋଡି ଯାଇଥିବା ବେଳେ ଅଗ୍ନୀ ବିପନ୍ନ ପରିବାରକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦେବାକୁ ଜିଲ୍ଲାପାଳଙ୍କ ନିକଟରେ ଦାବି କରାଯାଇଛି ।

ଫେବୃଆରୀ ୧୫ ତାରିଖରେ ପଥରଖମ୍ବ ଗ୍ରାମରେ ଅଗ୍ନୀକାଣ୍ଡ ଘଟି ୨୪ଟି ପରିବାରଙ୍କ ସବୁକିଛି ପୋଡି ପାଉଶଁ ହୋଇଯାଇଥିଲା । ସେହି ପରିବାରଙ୍କୁ ପ୍ରଶାସନ ତରଫରୁ ଜରିପାଲ ଯୋଗାଇ ଦିଆଯାଇଥିବା ବେଳେ ରଵିଵ।ର ଦିନ ଝଡ଼ ତୋଫାନ ହେତୁ ଜରିପାଲ ଉଡିଯାଇଛି । ଫଳରେ ଛୋଟ ପିଲାଙ୍କୁ ଧରି ପରିବାର ର ଲୋକମାନେ ବର୍ଷା କାକରରେ ପଡିରହିଛନ୍ତି ।

ଏହି ପରିବାରଙ୍କୁ ପ୍ରଶାସନ ତରଫରୁ ତୁରନ୍ତ ସହାୟତା ପ୍ରଦାନ ସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରି ଘର ଯୋଗାଇ ଦେବାକୁ ସେମାନେ ଜିଲ୍ଳାପାଳଙ୍କୁ ଭେଟି ଦାବି କରିଛନ୍ତି ।

new life
You might also like
error: Content is protected !!