News
WhatsApp Image 2023-10-04 at 17.25.00
samparksetu

କଲମ ବ୍ୟସ୍ତ ଥିବ

କେତେ କେତେ କବିତା
ଆଜି ରଚନା ହେଉଥିବ ,
ମୁଁ ରୁ ତୁମେ ତୁମେ ରୁ ବିଶ୍ୱ
ଆଜି ବିଶ୍ୱରେ
ତୁମ ଓ ମୋ ଭାବନା
ନିଜନିଜ ବିଶ୍ୱ ରଚୁଥିବ ।

ପ୍ରେମର କବିତା ଲେଖୁଥିବ !
ନୂଆ ନୂଆ ଭାବନାକୁ
କାହା ପାଦତଳେ ସମର୍ପି ଥିବ !
ନା ନିରୀହ ଫୁଲକୁ ହତ୍ୟା କରି
ପ୍ରେମ ନିବେଦନର ପଂକ୍ତି ଲେଖୁଥିବ ?
ନା ଓଠ କିମ୍ବା ହାତରେ ରକ୍ତ ବୋଳି
ହୃଦୟ ସ୍ପନ୍ଦନ ଗାରଉଥିବ ?

ହୁଏତ ଯୁଦ୍ଧର କବିତା ଲେଖୁଥିବ !
ଶାନ୍ତି ମୈତ୍ରୀକୁ ବିଶ୍ଳେଷଣ କରି
ନିରୀହ ଆଖିର
ଲୁହ କଥା ଲେଖୁଥିବ ।
ଧଳା ଫରଫର ଶାନ୍ତି ପ୍ରତିକଟି
ଘୋଡେଇ ହୋଇ
ବାରୁଦର ଦେହେ ବିରାମ ଲେଖୁଥିବ ।

କଲମ ଭୋକ ଲେଖୁଥିବ !
ଦେହ , ମନ ଆଉ ପେଟ ପରେ
ରାଜନୀତିର ଚାହିଦା ଟିପୁଥିବ ।
ଅନାହାର ,ଜନସଂଖ୍ୟା ବିସ୍ଫୋଟ
କିମ୍ବା ମଣିଷ ମୁଖାରେ
ଲାଗିଥିବା ରକ୍ତଛିଟା ନେଇ
ନିର୍ବାଚନର ତାଲିକା ଲେଖୁଥିବ ।

✍️ହିମାଂଶୁ ଭୂଷଣ ସାହୁ , ଢେଙ୍କାନାଳ 

new life
You might also like
error: Content is protected !!