ଢେଙ୍କାନାଳ ଜିଲ୍ଲା ଭୂବନ ବିଜ୍ଞାପିତଅଞ୍ଚଳ ବର୍ତ୍ତମାନର ନଗରପାଳ ଶୁଭେନ୍ଦୁ କୁମାର ସାହଙ୍କ ତତ୍ତ୍ଵାବଧାନରେ ବିକାଶ ମୂଳକ କାର୍ଯ୍ୟ ଆଗେଇବାରେ ବୁଦ୍ଧେଶ୍ବର ମନ୍ଦିର ନିକଟସ୍ତ ସାତ ଏକର ଜମି ଜବରଦଖଲ ମୁକ୍ତ କରିବାରେ ମାଇଲ ଖୁଣ୍ଟ ହୋଇଛି l କିନ୍ତୁ ସେହି ଉନ୍ନତ ମୂଳକ କାର୍ଯ୍ୟ ରେ ସାଧାରଣ ଜନତା ଙ୍କ ସହଯୋଗ କାମନା କରିଛନ୍ତି ନଗରପାଳ l ସରକାରୀ ଜମି କୁ ଅନେକ ଦିନ ହେବ ଜବର୍ ଦଖଲ ରେ ରଖିଥିବା କିଛି ସ୍ଥାନୀୟ ବାସିନ୍ଦା ବାରମ୍ବାର ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିଲେ | ନଗରପାଳ ଙ୍କ ଦୃଢ ମନୋବଳ ଓ ପ୍ରଶାସନ ସହଯୋଗ ରେ ପାଞ୍ଚ ବର୍ଷ ହେଲା ହୋଇପାରୁନଥିବା ୭୫ଲକ୍ଷ ଟଙ୍କା ର ପାର୍କ ପାଇଁ ଜମି ଜବର ଦଖଲ ମୁକ୍ତ ହୋଇଥିବାରୁ ସହଯୋଗକାରି ସାଧୁବାଦ ଜଣାଇଥିବାର ଦେଖିବାକୁ ମିଳୁଛି ।
ସୂଚନା ମୁତାବକ ଭୁବନ ଅଞ୍ଚଳର ବୁଦ୍ଧେଶ୍ୱର୍ ମନ୍ଦିର କୁ ଲାଗିକରି ଥିବା ସରକାରୀ ଜମିରେ ଏକ ପାର୍କ ହେବା ପାଇଁ ଅର୍ଥ ଅନୁଦାନ ଗତ ପାଞ୍ଚ ବର୍ଷ ହେଲା ମଜୁରୀ ଆକାରରେ ଆସିଅଛି । ମାତ୍ର ତାହା କିଛି ଅଞ୍ଚଳବାସୀଙ୍କର ଜବର ଦଖଲ ରେ ଶହେ ବର୍ଷ ଧରି ଥିବାରୁ ଏବେ ଏହି ପାର୍କ ଉପରେ ମଧ୍ୟ ପ୍ରଶ୍ନବାଚି ସୃଷ୍ଟି ହୋଇଥିଲା ।
ତେବେ ପ୍ରବଳ ବିରୋଧ କୁ ଦୃଷ୍ଟି ରେ ରଖି ଉଚ୍ଛେଦ କାର୍ଯ୍ୟକ୍ରମ ରେ ନଗରପାଳ ଙ୍କ ସହିତ ଓ ସ୍ଥାନୀୟ ତହସିଲଦାର ଅଂଶୁମାନ ମହାପାତ୍ର , ଅତିରିକ୍ତ ତହସିଲଦାର ରାଜୀବ ଲୋଚନ ବେହେରା, ଥାନା ଅଧିକାରୀ ସୌଭାଗ୍ଯ କୁମାର ସ୍ୱାଇଁ, ଏସଡିପିଓ ରଞ୍ଜନ ଦେ, କନିଷ୍ଠ ଯନ୍ତ୍ରୀ ସୁରେନ୍ଦ୍ର ସାହୁ ଶକ୍ତି ପ୍ରସାଦ ସାହୁ, ରାଜସ୍ବ ନିରକ୍ଷକ ଅରବିନ୍ଦ ସାହୁ ପ୍ରମୂଖ ଉପସ୍ଥିତ ଥିଲେ ଲ ଏହି ଉଛେଦ ପ୍ରକ୍ରିୟା ବୃଦ୍ଧେଶ୍ବର ମନ୍ଦିର କମିଟି ର ସଦସ୍ୟ ସକ୍ରିୟ ସହଯୋଗ କରିଥିଲେ | ଏଠାରେ ସୁନ୍ଦର ପାର୍କ ପାଇଁ ଜାଗା ମିଳିଥିବାରୁ ଉନୟନ କାର୍ଯ୍ୟ ପାଇଁ ମନ୍ଦିର କମିଟି ଭୁବନ ବାସି ଙ୍କ ସହଯୋଗ ଲୋଡିଛନ୍ତି ବୋଲି କହିଛନ୍ତି କମିଟି ସଭାପତି ସନାତନ ସାହୁ ।