News
WhatsApp Image 2023-10-04 at 17.25.00
samparksetu

ଭୁଜାଲିରେ ଆକ୍ରମଣ କରି ଲୁଟ !

୫୩ ନଂ ଜାତୀୟ ରାଜପଥ ଉପରେ ଭୁଜାଲି ରେ ହାଣି ଜଣେ ଖୁଚୁରା ବେପାରୀ ଙ୍କ ଠାରୁ ଲୁଟ ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ଖବର ନେବାରେ ଜଣାଯାଏ କି ,ଭୁବନ ଥାନା ବାଉଁଶକଣ ଗ୍ରାମର ଜ୍ଞାନେନ୍ଦ୍ର ରଥ ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଖଣି ଅଞ୍ଚଳ ରେ ତାଙ୍କର ଖୁଚୁରା ବେପାର ସାରି ବାକି ଟଙ୍କା ଆଦାୟ କରି ଅନନ୍ତପୁର ଗ୍ରାମ ରାସ୍ତାରେ ଘରକୁ ଫେରୁଥିଲେ ।ଆଉ ମାତ୍ର ୫ଶହ ମିଟର ଯାଇଥିଲେ ନିଜ ଘରେ ପହଂଚି ଥାନ୍ତେ , କିନ୍ତୁ ଜ୍ଞାନେନ୍ଦ୍ର ଙ୍କୁ ୨ ଜଣ ଯୁବକ ବାଇକ ରେ ଆସି ଆଗରେ ଅଟକାଇଥିଲେ ।ପରେ ଭୁଜାଲି ରେ ଡାହାଣ ପାର୍ଶ୍ୱ ଜଙ୍ଘ କୁ ହାଣିଦେଇଥିଲେ ।

ଫଳରେ ଜ୍ଞାନେନ୍ଦ୍ର ନିଜ ବାଇକ ଛାଡି ଦୌଡିବାକୁ ଲାଗିଥିଲେ , ୨ ଦୁର୍ବୃତ୍ତ ଜ୍ଞାନେନ୍ଦ୍ର ଙ୍କ ବାଇକ ରୁ ନେଇ ପଳାଇଯିବା ସହ ମୋବାଇଲି ଟିକୁ ଛଡାଇ ନେଇଥିଲେ । ପରେ ଖବର ପାଇ ଜ୍ଞାନେନ୍ଦ୍ର ଙ୍କ ପରିବାର ଲୋକ ଘଟଣା ସ୍ଥଳ ରେ ପହଂଚି ଉଦ୍ଧାର କରିଥିଲେ ,ଭୁବନ ଡାକ୍ତରଖାନା ରେ ଚିକିତ୍ସା ପରେ ସେ ଥାନାରେ ପହଂଚି ଏତଲା ଦେଇଥିଲେ । ଜ୍ଞାନେନ୍ଦ୍ର ଙ୍କ ଠାରୁ ପ୍ରାୟ ୪୦ହଜାର ଟଙ୍କା ଲୁଟ ହୋଇଥିବା ଏତଲା ରେ ଦର୍ଶାଯାଇଛି । ପୁଲିସ ମଧ୍ୟ ଘଟଣା ସ୍ଥଳ ରେ ପହଂଚି ତଦନ୍ତ ଜାରିରଖିଥିବା ଜଣାପଡିଛି

new life
You might also like
error: Content is protected !!