News
WhatsApp Image 2023-10-04 at 17.25.00
samparksetu

ଆଖି ର ଚାଳିଶିଆ ଦୋଷ କଣ?

ଚାଳିଶିଆ ହେଉଛି ମନୁଷ୍ୟ ଶରୀର ର ଏକ ବୟସ ଜନିତ ପରିବର୍ତନ,ଏହା କୌଣସି ପ୍ରକାର ର ଚକ୍ଷୁ ରୋଗ ନୁହେଁ। ପ୍ରତ୍ୟକ ବ୍ୟକ୍ତି ର ଚକ୍ଷୁ ଭିତରେ ଥିବା ଲେନ୍ସ ନିଜର ଆକୃତି ପରିବର୍ତନ କରିଥାଏ ,ଯାହାପାଇଁ ଆମେ ଉଭୟ ଦୂର ଓ ପାଖ ଜିନିଷ ଦେଖିପାରୁା ବୟସ ବଢିବା ସହିତ ଧିରେଧିରେ ଆମ ଆଖି ର ଲେନ୍ସ  ବହୁତ ଶକ୍ତ ହୋଈଯାଏ ଓ ଏହା ନିଜର ଆକୃତି ପରିବର୍ତନ କରେ ନାହିଁ ତେଣୁ ଆମକୁ ଦେଖିବା ରେ ଅସୁବିଧା ହୁଏ।

ଚାଳିଶିଆଳର ଲକ୍ଷଣ କଣ?
ପାଖ ଜିନିଷ ଦେଖିବା ରେ ଅସୁବିଧା ହେବା
କିଛି ସମୟ ପାଖ କାମ କରିବା ଦ୍ବାରା ମୁଣ୍ଡ ବିନ୍ଧା ହବା
ଆଖି ଭାରିିଭାରିି ଲାଗିବା ଓ ପାଣି ବାହାରିବା
ମୋବାଇଲ୍ ଲେଟର୍ ନ ଦିଶିବା
କମ୍ପ୍ୟୁଟର ଚଲାଈବା ରେ ଅସୁବିଧା ହେବା
କେଉଁ ବୟସରେ ଚାଳିଶିଆ ଦୋଷ ଆସିଥାଏ?

ସାଧାରଣତ ଏହା ଚାଳିଶି ବର୍ଷ ବୟସରେ ଆସିଥାଏ,ସେଥିପାଇଁ ଏହା ର ନାମ ଚାଳିଶିଆ ଅଟେ।କିନ୍ତୁ କିଛି ବ୍ୟକ୍ତି ଙ୍କ  ର ଏହା ଏକ ବର୍ଷ ପୂର୍ବରୁ ବା ପରେ ଆସିପାରେ।
କେଉଁମାନେ ପ୍ରଭାବିତ ହୁଅନ୍ତି ?
କମ୍ପ୍ୟୁଟର ବ୍ୟବହାର କରୁଥିବା ବ୍ୟକ୍ତିମାନେ
ସିଲେଈ ବା ଟେଲର କାମ କରୁଥିବା ବ୍ୟକ୍ତିମାନେ
ଲେଖାପଢା କରୁଥିବା ବ୍ୟକ୍ତିମାନେ
ସୂତା କାମ କରୁଥିବା ଶ୍ରମିକ ମାନେ
ଚାଳିଶିଆ ର ଚିକିତ୍ସା କଣ?

ବିଶେଷଜ୍ଞ ମାନେ ଏହାର ଚିକିତ୍ସା ପାଈଁ ଅନେକ ପ୍ରକାର ର ପ୍ରଦ୍ଧତି ର ଆବିଷ୍କାର କରିଛନ୍ତି ଯଥା ଆଖି ର ଲେଜର  ଚିକିତ୍ସା, କଣ୍ଟାଟ ଲେନ୍ସ ଇତ୍ୟାଦି, କନ୍ତୁ ଏହା ର ସବୁଠାରୁ ସରଳ ଓ ଗ୍ରହଣୀୟ ଚିକିତ୍ସା ହେଉଛି ଚାଳିଶିଆ ଚଷମା। ଏହାର ଚିକିତ୍ସା ପାଈଁ ପ୍ଲସ୍ ପାଔାର୍ ଲେନ୍ସ ର ବ୍ୟବହାର କରାଯାଏ। ଏହା +୧.୦୦ ରୁ +୩.୦୦ ପର୍ଯ୍ୟନ୍ତ ଥାଏ।
ଏହାର ଚିକିତ୍ସା କୌଣସି ଔଷଧ ଦ୍ବାରା ସମ୍ଭବ ନୁହେଁ।

✍️ଆର୍.କେ ବେହେରା

new life
You might also like
error: Content is protected !!