News
WhatsApp Image 2023-10-04 at 17.25.00
samparksetu

ରାଉଲକେଲା ବିଧାୟକ ଙ୍କ ଢେଙ୍କାନାଳ ରେ ହେଲା ଗାଡ଼ି ଦୁର୍ଘଟଣା

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଜାତୀୟ ରାଜପଥ ୫୩ଚୁଳିଆ ଗ୍ରାମ ନିକଟରେ ରାଉଳକେଲା ବିଧାୟକ ତଥା ପୂର୍ବତ୍ତନ ମନ୍ତ୍ରୀ ସାରଦାନାୟକ ଙ୍କ ଫରଚୁନର କାର ଏକ ହାଇଡ୍ରା ସାଙ୍ଗରେ ଧକ୍କା ଦେଇଥିବା ବେଳେ ବିଧାୟକ ଅଳପକେ ବର୍ତ୍ତିଯାଇଥିବା ସୂଚନା ମିଳିଛି ।ସେ ଗାଡିରେ ରାଉଲକେଲାରୁ କାମାକ୍ଷାନଗର ଦେଇ ଭୁବନେଶ୍ୱର ଯାଉଥିବା ବେଳେ ଚୁଳିଆ ଛକର ନିକଟରେ ଦୁର୍ଘଟଣା ଘଟିଥିଲା ।

ଖବର ପାଇ କାମାକ୍ଷାନଗର ବିଧାୟକ ତଥା ଖଣି ଇସ୍ପାତ ମନ୍ତ୍ରୀ ପ୍ରଫୁଲ ମଲ୍ଲିକ ଙ୍କ ସହଯୋଗରେ କାମାକ୍ଷାନଗର ମେଡ଼ିକାଲରେ ତାଙ୍କର ପ୍ରାଥମିକ ଚିକିତ୍ସା କରାଯାଇଥିଲା । ପରେ ଅନ୍ୟ ଏକ ଗାଡିରେ ଭୁବନେଶ୍ୱର ବାସଗୃହକୁ ଫେରିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ପୋଲିସ୍‌ ପହଞ୍ଚି ଗାଡ଼ିକୁ ଜବତ କରିଛି ।

new life
You might also like
error: Content is protected !!