News
WhatsApp Image 2023-10-04 at 17.25.00
samparksetu

ସରାଙ୍ଗ ଆଇ.ଜି.ଆଇଟି ହଷ୍ଟେଲ ଛାତରୁ ପଡି ଜଣେ ଛାତ୍ର ଗୁରୁତର

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ସରାଙ୍ଗ ସ୍ଥିତ ଆଇ.ଜି.ଆଇଟି ହଷ୍ଟେଲ ଛାତ ରୁ ପଡି ଜଣେ ଛାତ୍ର ଗୁରୁତର ଭାବେ ଆହତ ହୋଇଛନ୍ତି । ସେ ଏବେ ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସିତ ହେଉଛନ୍ତି । ଗୁରୁତର ଛାତ୍ର ଜଣକ ହେଉଛନ୍ତି ମେଟାଲୋଜି ବିଭାଗ ର ଶେଷ ବର୍ଷ ର ଛାତ୍ର ସତ୍ୟମ ଖାଲକୋ ।

ସେ ସୂର୍ଯ୍ୟ ଭବନ ହଷ୍ଟେଲ ରେ ରହୁଥିବା ବେଳେ, ଗତକାଲି ବିଳମ୍ବିତ ରାତିରେ କୌଣସି କାରଣ ରୁ ଛାତରୁ ପଡି ଗୁରୁତର ଆହତ ହୋଇଛନ୍ତି । ତେବେ ସେ କେଉଁ କାରଣ ରୁ ଛାତରୁ ଖସି ପଡିଲେ ତାହା ସ୍ପଷ୍ଟ ହୋଇନାହିଁ। ସୂଚନା ମୁତାବକ ଗତକାଲି କଲେଜର ଉତ୍କଳ ଦିବସ ଉପଲକ୍ଷେ ଫେୟାର ଫନ କାର୍ଯ୍ୟକ୍ରମ ଚାଲିଥିଲା।

ଏହି କାର୍ଯ୍ୟକ୍ରମ ରେ ଛାତ୍ରଛାତ୍ରଛାତ୍ରୀ ମାନେ ନିଜେ ଷ୍ଟଲ ମଧ୍ୟମରେ ଦୋକାନ ଖୋଲିବେ ଏବଂ ଏହି ଦୋକାନରୁ ସେହି କଲେଜ ଛାତ୍ରଛାତ୍ରୀ ମାନେ କିଣା ବିକା କରିଥାଆନ୍ତି। ଏହା ପ୍ରତ୍ୟକ ବର୍ଷ ଉତ୍କଳ ଦିବସ ତଥା ଏପ୍ରିଲ ୧ ତାରିଖ ଦିନ ପାଳିତ ହୋଇଥାଏ। ଏହି କାର୍ଯ୍ୟକ୍ରମ ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ରାତି ପ୍ରାୟ ୧୨.୪୦ ପର୍ଯ୍ୟନ୍ତ ଚାଲିଥିଲା। ଏବଂ ତାପରେ ଛାତ୍ରଛାତ୍ରୀ ମାନେ ନିଜ ନିଜ ହଷ୍ଟେଲକୁ ଯାଇଥିଲେ। ତା କିଛିସମୟ ପରେ ସୂର୍ଯ୍ୟ ହଷ୍ଟେଲରୁ ପାଟି ତୁଣ୍ଡ ସୁଭିଥିଲା। ସେଥିରେ ହଷ୍ଟେଲରେ କିଛି ଛାତ୍ର ଓ ଅଣଛାତ୍ର ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ମଧ୍ୟ ହୋଇଥିବା ସୂଚନା ମିଳିଛି।

ତେବେ ଏଥିରେ ଛାତରୁ ପଡି ଯୁବକ ଗୁରତର ହୋଇଥିବା ଛାତ୍ର ଓ ତାଙ୍କ ସହ ଆସିଥିବା ଅନ୍ୟ କଲେଜର ଜଣେ ବନ୍ଧୁ ମୁଣ୍ଡରେ ମଧ୍ୟ ଗଭୀର ଆଘାତ ଲାଗଛିି। କଲେଜ ତରଫରୁ ଗୁରୁତର ଛାତ୍ରକୁ ତୁରନ୍ତ ତାଳଚେର ସ୍ଥିତ ମଣ୍ଡାପାଳ ମେଡିକାଲ , ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ଏବଂ ସେଠାରେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ତୁରନ୍ତ ଭୁବନେଶ୍ୱରର ଏକ ଘରୋଇ ମେଡିକାଲକୁ ସ୍ଥାନାନ୍ତର କରିଥିଲେ। ଏବେ ତାଙ୍କ ଚିକିତ୍ସା ଯାରି ରହିଥିବା ବେଳେ ଅବସ୍ଥା ତାଙ୍କର ସ୍ଥିର ଅଛି। ଖବର ପାଇ ସରାଙ୍ଗ ଫାଣ୍ଡି ଅଧିକାରୀ ସୂର୍ଯ୍ୟ ହଷ୍ଟେଲରେ ପହଞ୍ଚି ଦୁଇ ଜଣ ଛାତ୍ର ଓ ଦୁଇଜଣ ଅଣଛାତ୍ରକୁ ପଚରା ଉଚରା କରିଥିଲେ ।

ଗଣ୍ଡଗୋଳରୁ ଛାତ୍ର ଜଣକ ଛାତରୁ ଡେଇଁ ପଡିଛନ୍ତି ନା କେହି ପେଲି ଦେଇଛନ୍ତା ତାହା ଜଣା ପଡିନାହିଁ । ତେବେ ପୋଲିସ ଫାଣ୍ଡିରେ କିଛି ପିଲାଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି।

new life
You might also like
error: Content is protected !!