News
WhatsApp Image 2023-10-04 at 17.25.00
samparksetu

ଅବସରପ୍ରାପ୍ତ ସ୍ଥଳସେନା ସୁବେଦାରଙ୍କୁ ନିଜ ଜନ୍ମମାଟିରେ ଭବ୍ୟ ସମ୍ବର୍ଦ୍ଧନା

ଆଜକୁ ୩୦ ବର୍ଷ ପୂର୍ବେ ଭାରତମାତାର ସୁରକ୍ଷା ନିମନ୍ତେ ସ୍ଥଳସେନାରେ ଯୋଗଦେଇ ଦେଶର ବିଭିର୍ଣ୍ଣ ରାଜ୍ୟରେ ନିଖୁଣ ଭାବରେ ନିଜର କାର୍ଯ୍ୟ ସମ୍ପାଦାନ କରି ଘରକୁ ଫେରିଛି ବିର ପୁତ୍ର । ସେଥିପାଇଁ ଗ୍ରାମଟି ଉତ୍ସବମୁଖର ।

ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଭୁବନ ବ୍ଲକ ଅନ୍ତର୍ଗତ ପଳାଶପିଠିଆ ଗ୍ରାମରେ । ଗ୍ରାମର ଅଲେଖ କୁମାର ରାଉତଙ୍କ ବଡ ପୁଅ ସୁବେଦାର ଅକ୍ଷୟ କୁମାର ରାଉତ ସନ ୧୯୯୩ ମସିହାରେ ସ୍ଥଳସେନାରେ ଯୋଗଦେଇ ମାତୃଭୂମିର ସେବାରେ ନିୟୋଜିତ ଥିଲେ । ତେବେ ଦୀର୍ଘ ତିରିଶ ବର୍ଷ ପରେ ଆଜି ଅବସର ପାଇ ପରିବାର ତଥା ପିଲାଦିନର ସାଙ୍ଗସାଥୀ ଏବଂ ଗ୍ରାମବାସୀଙ୍କ ନିକଟକୁ ଫେରି ଆସିଛନ୍ତି ।

ଏହି ଅବସରରେ ପଳାଶପିଠିଆ ଗ୍ରାମବାସୀ ସୁବେଦାର ଅକ୍ଷୟ କୁମାର ରାଉତଙ୍କୁ ଭବ୍ୟ ସମ୍ବର୍ଦ୍ଧନା କରିବା ସହିତ ଶହଶହ ସାଙ୍ଗସାଥୀ, ପରିବାର, ବନ୍ଧୁ ଓ ଗ୍ରାମବାସୀ ବାଜା ବଜେଇ ମହା ଆଡମ୍ବରରେ ଗ୍ରାମ ପରିକ୍ରମା କରିଥିଲେ । ଗ୍ରାମ ପରିକ୍ରମା କରିବା ସମୟରେ ନିଜର ଗୁରୁଜନଙ୍କଠାରୁ ପାଦ ଛୁଇଁ ଆଶିର୍ବାଦ ଗ୍ରହଣ କରିଥିଲେ । ତବେ ଅବସରପ୍ରାପ୍ତ ସୁବେଦାର ଅକ୍ଷୟ କୁମାର ରାଉତଙ୍କ ସମ୍ବର୍ଦ୍ଧନାରେ ସାରା ପଳାଶପିଠିଆ ଗ୍ରାମ ଉତ୍ସବମୂଖର ହୋଇଉଠିଛି ।

new life
You might also like
error: Content is protected !!