ଢ଼େଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥରେ ଗତ ୪ ଏପ୍ରିଲ ରେ କାମାକ୍ଷାନଗର ପଟୁ ଆସୁଥିବା ଏକ କୋଇଲା ବୁଝେଇ ଟ୍ରକ୍ ରାଜପଥ କାର୍ଯ୍ୟରେ କାର୍ଯ୍ୟରତ ଏକ ପାଣି ଟ୍ୟାଙ୍କରକୁ ଧକ୍କା ଦେବା ଫଳରେ ଟ୍ରକ୍ ଟି ଭାରସାମ୍ୟ ହରାଇ ପାଖରେ ଥିବା ୧୧ କେଭି ବିଦ୍ୟୁତ୍ ଖୁଣ୍ଟରେ ପିଟି ହୋଇଥିଲା ।
ଫଳରେ ଡ୍ରାଇଭର ଭୁବନ ର ଅରୁଣ ସିଂହ ଗୁରୁତର ଆହାତ ହୋଇଥିବା ବେଳେ ଏକ ଠିକା କମ୍ପାନୀର କର୍ମଚାରୀ ରାଜେଶ ଜେନ୍ ଆହାତ ହୋଇଥିଲେ। ଡ୍ରାଇଭର ଅରୁଣ ସିଂହ (୫୩) ଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ମେଡ଼ିକାଲ ପଠା ଯାଇଥିଲା । ତେବେ ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ।