News
WhatsApp Image 2023-10-04 at 17.25.00
samparksetu

ଢେଙ୍କାନାଳ ସଚେତନ ନାଗରିକ ଫୋରମ ପକ୍ଷରୁ ବରା ଦିବସ ପାଳନ

ଢେଙ୍କାନାଳ ସଚେତନ ନାଗରିକ ଫୋରମ୍ ପକ୍ଷରୁ ସନାତନୀ କ୍ୟାଲେଣ୍ଡରର ପ୍ରଥମ ଦିବସ ଅର୍ଥାତ୍ ପହିଲି ବୈଶାଖରେ ଫୋରମର କାର୍ଯ୍ୟକାରୀ ସଭାପତି ବିଶ୍ୱନାଥ ବେହେରାଙ୍କ ସଭାପତିତ୍ୱରେ “ବରା” ଦିବସ ପାଳନ ହୋଇଯାଇଅଛି l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳର ଲୋକପ୍ରିୟ ସାଂସଦ ମହେଶ ସାହୁ ଯୋଗଦେଇ ପ୍ରଭୁ ଚନ୍ଦ୍ରଶେଖର, ସହିଦ୍ ବାଜିରାଉତ୍ ପରି ଢେ଼ଙ୍କାନାଳ “ବରା”ର ଏକ ସ୍ଵତନ୍ତ୍ର ପରିଚୟ ଥିବା ଉଲ୍ଲେଖ କରିଥିଲେ ।

ଅନ୍ୟତମ ଅତିଥି ଭାବେ ଢେଙ୍କାନାଳ ଆରକ୍ଷୀ ଅଧିକ୍ଷକ ଜ୍ଞାନରଞ୍ଜନ ମହାପାତ୍ର ଯୋଗ କହିଥିଲେ ଯେ ମୁଁ ମାତ୍ର ତିନି ମାସ ହେଲା ଆସିଥିଲେ ମଧ୍ୟ ଓଡିଶା ଭିତରୁ ଏବଂ ବାହାରୁ ମୋ ସାଥିମାନେ ଢେଙ୍କାନାଳ ବରା ବିଷୟରେ ଆଲୋଚନା କରନ୍ତି l ନଗରପାଳିକା ଜୟନ୍ତୀ ପାତ୍ର ଯୋଗଦେଇ କହିଥିଲେ ଏହି ଉତ୍ସବକୁ ପ୍ରତ୍ୟେକ ବର୍ଷ ପାଳନ କରି ଢେଙ୍କାନାଳରେ ତିଆରି କରୁଥିବା ଉତ୍ତମ ବରା ଦୋକାନୀ ମାନଙ୍କୁ ସମ୍ମାନିତ କରାଯିବ l

ଏତତ୍ ବ୍ୟତୀତ ଉକ୍ତ କାର୍ଯ୍ୟକ୍ରମରେ ଫୋରମର ଉପଦେଷ୍ଟା ପୂର୍ବତନ ଓଡିଶା ସମବାୟ ବ୍ୟାଙ୍କ ସଭାପତି ଅକ୍ଷୟ କୁମାର ମହାନ୍ତି, ଉପଦେଷ୍ଟା ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ, ଉପଦେଷ୍ଟା ପଙ୍କଜ ନାୟକ, ଫୋରମ୍ ର ସମ୍ପାଦକ ଭରତ କୁମାର ଦାସ, ମିଳିତ ପୂଜା କମିଟି ସଭାପତି ତଥା ଢେଙ୍କାନାଳ ଓକିଲ ସଂଘ ସଭାପତି ଗୋପାଳ ପାତ୍ର, ବଣିକ ସଂଘ ସଭାପତି ରାଜେନ୍ଦ୍ର ଦାସଙ୍କ ସହିତ ଫୋରମର ବିଭିନ୍ନ ଶାଖା ଗୁଡିକର କାର୍ଯ୍ୟକତ୍ତା ମାନେ ଉପସ୍ଥିତ ଥିଲେ l ସହସମ୍ପାଦକ ଆଇନଜୀବି ଗୁପ୍ତେଶ୍ୱର ମିଶ୍ର ଶେଷରେ ଧନ୍ୟବାଦ ସହ ଢେଙ୍କାନାଳ ବରା କୁ “GI” ଟ୍ୟାଗ୍ କରିବା ପାଇଁ ପ୍ରସ୍ତାବ ରଖିଥିଲେ l

new life
You might also like
error: Content is protected !!