News
WhatsApp Image 2023-10-04 at 17.25.00
samparksetu

ବସୁଧା ଯୋଜନା ଫେଲ୍‌ , ୨ମାସ ହେଲା ପାନୀୟ ଜଳ ପାଇଁ ନଦୀ ନାଳ ଉପରେ ଭରସା କରୁଛନ୍ତି ଗ୍ରାମବାସୀ

ସରକାର ଦୁର୍ଗମ ଅଞ୍ଚଳରେ ରହୁଥିବା ଗ୍ରାମବାସୀଙ୍କ ପାନୀୟ ଜଳ ସମସ୍ୟା ଦୂର କରିବାକୁ ବସୁଧା ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଏହି ଯୋଜନାରେ ପ୍ରତ୍ୟେକ ଗ୍ରାମବାସୀଙ୍କ ଘରକୁ ଘର ପାନୀୟ ଜଳ ଯୋଗାଇ ଦେବା ଲକ୍ଷ୍ୟ ଥିଲା। ମାତ୍ର ଦୂରଦୃଷ୍ଟି ଅଭାବରୁ ଏହି ଯୋଜନା ଢେଙ୍କାନାଳ ଜିଲ୍ଲାର ଗଁଦିଆ ବ୍ଲକରେ ଫେଲ୍‌ ମାରିଛି। ଗ୍ରାମବାସୀ ପାନୀୟ ଜଳ ପାଇଁ ନଦୀ, ନାଳର ଜଳ ଉପରେ ଭରସା କରୁଛନ୍ତି।

ଗଁଦିଆ ବ୍ଲକ ଲେଥକା ଗ୍ରାମ ପଞ୍ଚାୟତ ର ନୂଆପଡ଼ା ଠାରେ ସରକାର ଙ୍କ ଦ୍ଵାରା କୋଟି କୋଟି ଟଙ୍କାରେ ନିର୍ମିତ୍ତ ବସୁଧା ଯୋଜନା ରେ ୫୦ ହଜାର ଲିଟର ର ହୋଇଥିବା ପାଣି ଟାଙ୍କିଟି ଦୀର୍ଘ ଦୁଇ ମାସ ହେଲା ଅଚଳ ହୋଇ ପଡିଛି ।ଏ ନେଇ ବହୁବାର ଗ୍ରାମର ଶତାଧିକ ଗ୍ରାମବାସୀ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରୁନାହିଁ , ପିଇବା ପାଣି ପାଇଁ କୁଆଁରିଆ ଜୋର ଉପରେ ଭରସା କରନ୍ତି ନୂଆପଡା ଓ ଓରନ୍ଦା ଗ୍ରାମ ବାସୀ ।

ଏହାର କୈାଣସି ସମାଧାନ ଯଥାଶୀଘ୍ର କରା ନଯାଏ ତାହେଲେ ଆଗାମୀ ଦିନରେ ଶହ ଶହ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

new life
You might also like
error: Content is protected !!