News
WhatsApp Image 2023-10-04 at 17.25.00
samparksetu

ସୀମା ବିବାଦକୁ ନେଇ ବନ ବିଭାଗ ଅଧିକାରୀ ଙ୍କୁ ଘେରିଲେ ଗ୍ରାମବାସୀ

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ବାଲିକୁମା ପଞ୍ଚାୟତ ଧୂଳିଗୋଠ ଓ କାଠପୁରା ଗ୍ରାମ କୁ ନେଇ ସୀମା ବିବାଦ ବିଗତ ଦିନରୁ ଚାଲି ଥିବା ବେଳେ ବନ ବିଭାଗୀୟ ଅଧିକାରୀଙ୍କୁ ଘେରିଲେ ଗ୍ରାମବାସୀ। କଙ୍କଡ଼ାହାଡ଼ ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇ ଥିବା ବେଳେ ଏଠାରେ ଅଧିକ ମାତ୍ରା ରେ ଆଦିବାସୀ ଲୋକ ମାନେ ବସ ବାସ କରିଥାଆନ୍ତି।

ଆଦିବାସୀ ଲୋକଙ୍କ ଜଙ୍ଗଲ ଜମି ଅଧିକାର ନେଇ କିଛି ଦିନ ତଳେ ସୀମା ବିବାଦ କୁ ନେଇ ଧୂଳିଗୋଠ ଓ କାଠପୁରା ଗ୍ରାମବାସୀ ମଧ୍ୟରେ କଥା କଟା କାଟି ବଚସା ହୋଇ ଥିଲା। କିନ୍ତୁ କୌଣସି ଅପ୍ରୀତିକର ଘଟଣା ନ ଘଟି ବୁଝାସୁଝା ପରେ ଉଭୟ ଗୋଷ୍ଠୀ ଘରକୁ ଯାଇ ଥିଲେ । ଆଜି ସକାଳେ ବନ ବିଭାଗ ଅଧିକାରୀଣି ସୁଷମା ସାହୁ ସୀମା ଅଭିମୁଖେ କିଛି କାଠପୁରା ଗ୍ରାମବାସୀ ଡକାଇ ସୀମା ଦେଖାଉଥିବା ବେଳେ ଧୂଳିଗୋଠ ଗ୍ରାମର ମହିଳା ପୁରୁଷ ଏକତ୍ରିତ ହୋଇ ବନ ବିଭାଗୀୟ ଅଧିକାରୀଣି ସୁଷମା ସାହୁଙ୍କୁ ଘେରି ଥିଲେ।

କିଛି ସମୟ ବଚସା ପରେ ବନ ବିଭାଗ ଗାଡ଼ିକୁ ମଧ୍ୟ ଅଟକାଇ ଥିଲେ। ଧୂଳିଗୋଠ ଗ୍ରାମବାସୀ କହିବା ମୁତାବକ ଯଦି ସୀମା ବିବାଦ ଚାଲିଛି ତାହାଲେ ବନ ବିଭାଗ ଅଧିକାରୀ ଗୋଟିଏ ଗ୍ରାମବାସୀଙ୍କୁ ଡକାଇବା ମାନେ ଉଦ୍ଦେଶ୍ୟ କଣ ରହିଛି। ଯଦି ଗ୍ରାମବାସି ମାନକୁ ନେଇ ସୀମା ବିବାଦ ଚାଲିଛି ତାହାଲେ ଉଭୟ ଗ୍ରାମର ଗ୍ରାବାସୀମାନଙ୍କୁ ନେଇ ବୁଝା ସୁଝା କରିବା କଥା କିନ୍ତୁ ବନ ବିଭାଗୀୟ ଅଧିକାରୀଣି ସୁଷମା ସାହୁଙ୍କୁ ଗ୍ରାମବାସୀ ଘେରି ଥିଲେ। ଏବେ ବି ମଧ୍ୟ ଆଦିବାସୀ ଲୋକଙ୍କ ମନରେ ସୀମା ବିବାଦକୁ ନେଇ ଲୋକଙ୍କ ମନରେ ସମସ୍ୟା ଘେରି ରହିଛି।

ଏ ନେଇ ଆମେ ଅଧିକାରିଣୀଙ୍କୁ ପ୍ରତିକ୍ରିୟା ପାଇଁ ଯୋଗାଯୋଗ କରିଥିଲୁ କିନ୍ତୁ ତାଙ୍କ ଉତ୍ତର ଥିଲା କି , ମୋ ମୁଣ୍ଡ କଣ ହେଇ ଯାଉଛି ମୁଁ କିଛି କହି ପାରିବି ନାହିଁ। ଏବେ ଗ୍ରାମବାସୀଙ୍କ ଅପେକ୍ଷା ଆଦିବାସୀ ଲୋକଙ୍କ ସୀମା ବିବାଦ ସମସ୍ୟା କେବେ ଦୂର କରୁଛନ୍ତି ତାହାକୁ ହିଁ ଲୋକଙ୍କ ଅପେକ୍ଷା।

new life
You might also like
error: Content is protected !!