News
WhatsApp Image 2023-10-04 at 17.25.00
samparksetu

ମଦ୍ୟପାନ କରି ଗାଡି ଚଳାଉଥିଲା ଡ୍ରାଇଭର , ଓଲଟିଲା ଅଟୋ

କପିଳାସ ରାସ୍ତା ଝଣବୋଲୁଅ ନିକଟରେ ଆଜି ଏକ ଅଟୋ (ଓଆର୦୬ଜି୪୨୧୩) ଗଛରେ ପିଟି ହୋଇ ଓଲଟି ପଡିଛି । ଚାଳକଙ୍କ ସମେତ ଅନ୍ୟଜଣେ ଆହତ ହୋଇଛନ୍ତି । ଆହତ ହୋଇଥିବା ଦୁଇ ଜଣ ଢେଙ୍କାନାଳ ସହର ଗୁଡିଆନାଳୀର ।

ଚାଳକଙ୍କ ନାମ ପ୍ରଶାନ୍ତ ଦାସ ହୋଇଥିବା ବେଳେ ଅନ୍ୟଜଣେ ତାଙ୍କ ସମ୍ପର୍କିୟ ପୁତୁରା ବୋଲି ଜଣାଯାଇଛି । ପ୍ରଚୁର ମଦ୍ୟପାନ କରି ଗାଡି ଚଳାଉଥିବାରୁ ଭାରସାମ୍ୟ ହରାଇ ଗଛରେ ପିଟିଦେଇଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି । କପିଳାସରେ ଯାତ୍ରୀଙ୍କୁ ଛାଡି ଢେଙ୍କାନାଳ ଫେରୁଥିବା ବେଳେ ଏପରି ଦୁର୍ଘଟଣାର ଘଟିଛି ।

ଦୁର୍ଘଟଣାରେ ଗାଡିଟି ସମ୍ପୂର୍ଣ୍ଣ ଭାଙ୍ଗି ଚୁରିମାର୍ ହୋଇଯାଇଛି । ସଦର ଥାନା ପୁଲିସ ପହଞ୍ଚି ଅଟୋଟିକୁ ଜବତ କରିବା ସହ ଦୁଇ ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା ।

new life
You might also like
error: Content is protected !!