News
WhatsApp Image 2023-10-04 at 17.25.00
samparksetu

ଦିବ୍ୟଙ୍ଗଙ୍କୁ ମିଳୁନି ସରକାରୀ ସହାୟତା

ଭୁବନ ବ୍ଲକ ମାର୍ଥାପୁର ପଞ୍ଚାୟତ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମର ହରିଜନ ସାହିରେ ଅଭୟ ମଳିକ (୩୭) ଜଣେ ଦିଵ୍ୟାଙ୍ଗ ବ୍ୟକ୍ତି ହୋଇଥିଲେ ବି ସରକାରୀ ସହାୟତାରୁ ବଞ୍ଚିତ ହୋଇଛନ୍ତି । ଦୁଇ ବର୍ଷ ତଳେ ଏକ ଗାଡ଼ି ଦୁର୍ଘଟଣାରେ ସେ ଡାହାଣ ଗୋଡ଼ ହରାଇଥିଲେ । ବର୍ଷେ ହେବ ସରକାରଙ୍କ ପକ୍ଷରୁ ୮୦ ପ୍ରତିଶତ ଭିନ୍ନକ୍ଷମ ପ୍ରମାଣପତ୍ର ମିଳିଛି ।

ହେଲେ ଆଜି ପର୍ଯ୍ୟନ୍ତ କୌଣସି ସରକାରୀ ସହାୟତା ମିଳି ନଥିବାରୁ ଅଭୟ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅଭୟଙ୍କ ଡାହାଣ ପଟ ଗୋଡ଼ ନ ଥିବାରୁ ଚାଲିବା ଦୂରର କଥା ପାଦେ ଘୁଞ୍ଚିବା ପାଇଁ ମଧ୍ୟ ଅନ୍ୟମାନଙ୍କ ଉପରେ ନିର୍ଭର କରୁଛନ୍ତି।

ଅଭୟଙ୍କ ପତ୍ନୀ ଲକ୍ଷ୍ମୀ ମଳିକ (୩୦) ଓ ଆଠ ବର୍ଷର ଝିଅ ଅଛନ୍ତି ।ଅଭୟଙ୍କ ବାପା ଭୁବନ ମଳିକ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଅଭୟ ଡ୍ରାଇଭର ଭାବେ କାର୍ଯ୍ୟ କରି ନିଜ ପରିବାର ଚଳାଉଥିଲେ । ପରେ ଦୁର୍ଘଟଣାରେ ଗୋଡ଼ ହରାଇଲେ । ସେ ପରିବାରର ଏକ ମାତ୍ର ରୋଜଗାରକ୍ଷମ ବ୍ୟକ୍ତି ହୋଇଥିବାରୁ ଏବେ ସମସ୍ତେ ଅସହାୟ ହୋଇ ପଡିଛନ୍ତି । ସରକାରୀ ଅନୁଦାନରେ ମାସକୁ ରାସନ ଚାଉଳ ମାତ୍ର ୧୦କେଜି ମିଳୁଛି ।

ଏତିକିରେ ମାସସାରା ଚଳିବା କଷ୍ଟକର ହେଉଛି ।ବ୍ଲକ ପ୍ରଶାସନ ଏ ଦିଗରେ ଦୃଷ୍ଟି ଆକର୍ଷଣ କରି ଅଭୟଙ୍କୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ସାହି ବସିନ୍ଦା ନିବେଦନ କରିଛନ୍ତି। ଏ ସମ୍ପର୍କରେ ବ୍ଲକ ସମାଜ ମଙ୍ଗଳ ଅଧିକାରୀ ବିଜନ ମିଶ୍ରଙ୍କୁ ପଚାରିବାରୁ ସେ ଭିନ୍ନକ୍ଷମ ଅଭୟଙ୍କୁ ଖୁବ ଶୀଘ୍ର ସମସ୍ତ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଜଣାଇଛନ୍ତି ।

new life
You might also like
error: Content is protected !!