ହିନ୍ଦୋଳ ବନାଞ୍ଚଳ ଖରିଡାଳି ଗ୍ରାମରେ ମାନସ ନାଏକ ଦୁଇ ଶିଶୁ ପୁତ୍ର ଶ୍ରୀବତ୍ସ ନାଏକ(୧୨) ଓ ଭବାନୀ ନାଏକ (୬)ଙ୍କୁ ଗତ ମାର୍ଚ୍ଚ ୮ ତାରିଖ ରାତିରେ ହାତୀ ଖଣ୍ଡିଆ ଖାବରା କରିଥିଲା l ଶ୍ରୀବତ୍ସର ଆପେଣ୍ଡିକ୍ସ ଏକ ପଟକୁ ହୋଇଥିବା ବେଳେ ଭବାନୀର ବାମ ହାତ ଭାଙ୍ଗି ଯାଇଛି ।
ବିଭାଗୀୟ ବନପାଳ ରିପୋର୍ଟ ପ୍ରସ୍ତୁତ କରି ୧୪ ମାର୍ଚ୍ଚରେ ହିନ୍ଦୋଳ ବନାଞ୍ଚଳ କାର୍ଯ୍ୟାଳୟକୁ ପଠାଇଥିଲେ ବୋଲି ସୂଚନା ଦେଇଥିଲେ , ମାତ୍ର ହିନ୍ଦୋଳରୁ ଦସ୍ତାବିଜ ଗୁଡିକ ଏପର୍ଯ୍ୟନ୍ତ ଢେଙ୍କାନାଳ ବନଖଣ୍ଡ କାର୍ଯ୍ୟାଳୟରେ ପହଞ୍ଚି ନାହିଁ । ଫଳରେ ପିଲା ଦୁହିଁଙ୍କର ଉପଚାର ହୋଇପାରୁନି । ସେପଟେ ବନ ଅଧିକାରୀ ଏବଂ ବନାଞ୍ଚଳ ଅଧିକାରୀ ମିଟିଙ୍ଗରେ ଅଛି ବୋଲି କହି ଦିନ ଗୋଟାକ ପର୍ଯ୍ୟନ୍ତ ବସାଇ ରଖିଥିଲେ l ଉଦୁଉଦିଆ ଖରାରେ ପିଲା ଦୁହିଁଙ୍କୁ ନେଇ କୁଆଡେ ଯିବେ ବୋଲି ଚିନ୍ତାରେ ମାନସ । ହିନ୍ଦୋଳ ବନାଞ୍ଚଳ ଅଧିକାରୀ ରୋହିତ କୁମାର ରଥଙ୍କ ଯୋଗୁଁ ଦୁଇଟି କୁନି କୁନି ଗରିବ ପିଲାଙ୍କ ଅବସ୍ଥା ବିପଦଯନକ ବୋଲି ସାଧାରଣରେ ଚର୍ଚ୍ଚା ।