News
WhatsApp Image 2023-10-04 at 17.25.00
samparksetu

ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ହେଉଛି ନିମ୍ନମାନର କାର୍ଯ୍ୟ ,କାର୍ଯ୍ୟ ନସରୁଣୁୁ ଉଠିଲାଣି ପିଚୁ !

ଠିକାଦାର ଏବଂ ବିଭାଗୀୟ ଅଧିକାରୀ ଙ୍କ ମିଲିଭଗତରେ ଚାଲିଛି ଖୁଲମ ଖୋଲା ହରି ଲୁଟ। ଢେଙ୍କାନଳ ଜିଲ୍ଲା କଙ୍କଡାହାଡ ବ୍ଲକର କନ୍ଧରା ଗ୍ରାମରେ। କଙ୍କଡାହାଡ- ଗଡପଳାଶୁଣି ପୂର୍ତ୍ତବିଭାଗ ରାସ୍ତାର କଣ୍ଟାପାଳ କଲୋନୀ ଛକ ଠାରୁ କନ୍ଧରା ଗ୍ରାମ ପର୍ଯ୍ୟନ୍ତ ଏହି ରାସ୍ତା ସଂଯୋଗ କରୁଛି।

ପାଖା ପାଖି ୮ କିଲୋମିଟର ରାସ୍ତା କୁ କଟକର ଏକ ଘରୋଇ ସଂସ୍ଥା ଦାୟିତ୍ବ ନେଇ, ୫.୯୦୦ କିଲୋମିଟର ପିଚୁ କାମ ଥିବାବେଳେ ୧.୮୫୦ କିମି କଂକ୍ରିଟ ରାସ୍ତା ନିର୍ମାଣ କରିଛି। ସବୁଠାରୁ ବଡକଥା ହେଲା ଏହି ରାସ୍ତାର ରକ୍ଷଣ ବେକ୍ଷଣ ଦାୟିତ୍ଵ ୫ ବର୍ଷ ଥିବାବେଳେ ,କାମ ନସରୁଣୁ ରାସ୍ତାରୁ ପିଚୁ ଉଠିବା ଆରମ୍ଭ ହୋଇଗଲାଣି।

୫ ବର୍ଷ ପର୍ଯ୍ୟନ୍ତ ରାସ୍ତା ରହିବ କି ନାହିଁ ତାହା ଲୋକମାନଙ୍କ ମଧ୍ୟରେ ଅନେକ ପ୍ରଶ୍ନ । ପ୍ରତ୍ୟେକ ଗ୍ରାମକୁ ପକା ସଡକରେ ସାମିଲ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା କରୁଥିବାବେଳେ, ସେଥିମଧ୍ୟରୁ ଗୋଟିଏ ହେଉଛି କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା। ଏହାର ଅର୍ଥ ସିଧାସଳଖ କେନ୍ଦ୍ରସରକାର ଅର୍ଥ ବିନିଯୋଗ କରିଥାନ୍ତି ଏବଂ ଏହାର ତଦାରଖ ଦାୟିତ୍ୱ ରାଜ୍ୟ ସରକାରଙ୍କର ଗ୍ରାମିଣ ବିକାଶ ମାଧ୍ୟମରେ ଆସିଥାଏ। ଏଥିପାଇଁ ପ୍ରତ୍ୟେକ ବ୍ଲକରେ ସ୍ବତନ୍ତ୍ର ବିଭାଗ ମଧ୍ୟ ଅଛି। ତେବେ କନ୍ଧରା ଗ୍ରାମରେ ହେଉଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ସବୁ ନିୟମକୁ ଉଲଙ୍ଘନ କରୁଛି ଠିକା ସଂସ୍ଥା।

କାମ ହେଉଥିବା ସମୟରେ ବିଭାଗୀୟ ଯନ୍ତ୍ରୀ ମାନେ ଉପସ୍ଥିତ ରହିବା ଜାଗାରେ,ଠିକାସଂସ୍ଥା ମନଇଛା କୌଣସି ଅଧିକାରୀ ନଥାଇ କାମ କରୁଛି। ଗରମ ପିଚୁ ଗୁଡିକ ଅତ୍ୟଧିକ ଖରାରେ ଶ୍ରମିକ ମାନେ ବିନା ସୁରକ୍ଷା ସରଞ୍ଜାମ ରେ କାମ କରୁଥିବା ନଜରକୁ ଆସୁଛି । ସରକାରଙ୍କ ନିୟମକୁ ସମ୍ପୂର୍ଣ୍ଣ ଭାବେ ଫୁ-କରି ଦେଉଛିି ଠିକାସଂସ୍ଥା। ତେବେ ଏନେଇ ଆମେ ଢେଙ୍କାନଳ ସାଂସଦ ଏବଂ ଢେ଼ଙ୍କାନାଳ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା ରେ କହିଛନ୍ତି ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ଏବଂ ଏମିତି ବର୍ଷ ତମାମ ବିଲ ବନ୍ଦ କରାଯିବ ବୋଲି ମହେଶ ସାହୁ କହିଛନ୍ତି।

ଗ୍ରାମାଞ୍ଚଳରେ ଲୋକମାନଙ୍କ ସୁବିଧା ପାଇଁ ଭଲ ରାସ୍ତାଟିଏ ରାଜ୍ୟ ଓ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ବିନିଯୋଗ କରୁଥିବାବେଳେ , ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ଚାଲିଛି ନିମ୍ନମାନର କାର୍ଯ୍ଯ । ଯାହାର ଅବସ୍ଥା ଭୋଗିବେ ସାଧାରଣ ଜନତା। ତେବେ ସାଂସଦ ଓ ଜିଲ୍ଲାପାଳ ଦେଇଥିବା ତଦନ୍ତ ନିର୍ଦ୍ଦେଶ କେତେ କାର୍ଯ୍ୟକାରୀ ହେଉଛି ଏବଂ ଦାୟିତ୍ବରେ ଥିବା ବିଭାଗୀୟ ଅଧିକାରୀ ଓ ଠିକାସଂସ୍ଥା ଉପରେ କେଉଁ ପ୍ରକାର କାର୍ଯ୍ୟାନୁଷ୍ଠାନ ନିଆ ଯାଉଛି ତାହା ଉପରେ ଏବେ ସମସ୍ତଙ୍କ ନଜର।

new life
You might also like
error: Content is protected !!