News
WhatsApp Image 2023-10-04 at 17.25.00
samparksetu

ସ୍ବାସ୍ଥ୍ୟବୀମା କାର୍ଡ ଥାଇ ମଧ୍ୟ ସ୍ବାସ୍ଥ୍ୟସେବାରୁ ବଞ୍ଚିତ

ସରକାରଙ୍କ ତରଫରୁ ମିଳିଛି ସ୍ବାସ୍ଥ୍ୟ କାର୍ଡ ।ଏହା ସତ୍ତ୍ବେ ମଧ୍ୟ ଘରେ ପଡି ରହିଛନ୍ତି ବନମାଳି ।ଅର୍ଥର ଅଭାବର ଯୋଗୁ ଅଧିକ ଚିକିତ୍ସା ହୋଇପାରୁ ନାହିଁ।ପଇସା ପାଇଁ ସମସ୍ତଙ୍କୁ ଗୁହାରି ଜଣାଇଲେ ମଧ୍ୟ କେହି ସହାୟତାର ହାତ ବଢାଉନାହାଁନ୍ତି।

ସରକାରଙ୍କ ତରଫରୁ ମିଳିଥିବା ସ୍ବାସ୍ଥ୍ୟବୀମା କାର୍ଡରେ କାହିଁକି ଚିକିତ୍ସା ମିଳିପାରୁନି ବନମାଳି ମଲ୍ଲିକଙ୍କୁ ।ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କୋରିଆପାଳ ଗ୍ରାମର ବନମାଳି ମଲ୍ଲିକ ।ବନମାଳି ମିସ୍ତ୍ରୀ କାମ କରି ପରିବାର ପ୍ରତିପୋଷଣ କରୁଥିଲେ।ପ୍ରତ୍ୟେକ ଦିନ ସକାଳ ହେଲେ ଆଖପାଖ ଅଞ୍ଚଳକୁ ଯାଉଥିଲେ କାମ କରିବାକୁ।

୩ବର୍ଷ ତଳେ କାମ କରିବାକୁ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇ ପଡିଯାଇଥିଲେ।ପରିବାର ଲୋକେ ତାଙ୍କୁ ଚିକିତ୍ସା ନିମନ୍ତେ ସ୍ଥାନିୟ ମେଡିକାଲରେ ଭର୍ତ୍ତି କରାଇଥିଲେ।କିଛି ଦିନର ଚିକିତ୍ସା ପରେ ପକ୍ଷାଘ।ତ ରୋଗର ଶିକାର ହୋଇଥିବା ଜଣାପଡିଥିଲା।ପକ୍ଷାଘାତ ରୋଗରେ ଆକ୍ରାନ୍ତ ହେବା ପରେ ଆଉ କାମ କରିବାକୁୟ ଯାଇପାରିଲେ ନାହିଁ।ପରିବାର ଚଳିବା ଏକ ପ୍ରକାର କଷ୍ଟସାଧ୍ୟ ହୋଇପଡିିଲା।

ଯେତିକି ପଇସା ପୂର୍ବରୁ ରୋଜଗାର କରି ରଖିଥିଲେ ତାହାକୁ ଚିକିତ୍ସାରେ ସାରିଦେଲେ।ଏବେ ପାଖରେ ଅର୍ଥ ନଥିବା କାରଣରୁ ଚିକିତ୍ସା ତ ଦୂରର କଥା ୨ବେଳା ଖାଦ୍ୟ ଯୋଗାଡ କରିବା ଅସମ୍ଭବ ହୋଇପଡିଛି।

ସରକାରି ସାହାର୍ଯ୍ୟ କହିଲେ କେବଳ ସ୍ବାମୀ ଓ ସ୍ତ୍ରୀଙ୍କୁ ୧୦କେଜି ଚାଉଳ ମିଳୁଛି।ସରକାରଙ୍କ ତରଫରୁ ଭତ୍ତା ପାଇବାରୁ ବଞ୍ଚିତ ବନମାଳୀ ।ଏହାକୁ ନେଇ କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ସାହୁ ପ୍ରତିକ୍ରିୟାରେ କହିଛନ୍ତି ସରକାରଙ୍କ ତରଫରୁ ଉତ୍ତମ ଚିକିତ୍ସା ପାଇିଁ ସ୍ବାସ୍ଥ୍ୟବିମା କାର୍ଡର ବ୍ୟବସ୍ଥା କରାଯାଇଛି ।ସେହି କାର୍ଡ ମାଧରେ ସେ ଚିକିତ୍ସା ହୋଇପାରିବେ ।କୈାଣସି ଅସୁବିଧା ଥିଲେ ତାହାକୁ ସମାଧାନ କରାଯାଇ ତୁରନ୍ତ ଚିକିତ୍ସା ପାଇିଁ ବ୍ୟବସ୍ଥା କରାଯିବ। ପ୍ରତ୍ୟେକ ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇବା ପାଇଁ ସରକାରଙ୍କ ତରଫରୁ ସ୍ବାସ୍ଥ୍ୟବୀମା କାର୍ଡ ମିଳିଥିଲେ ମଧ୍ୟ ବନମାଳି ଚିକିତ୍ସା ଅଭାବରୁ ଘରେ ବିଛଣାରେ ପଡି ରହିଛନ୍ତି ।ସରକାରଙ୍କ ତରଫ ତୁରନ୍ତ ଦୃଷ୍ଟି ଦେଇ ଉପଯୁକ୍ତ ସ୍ବାସ୍ଥ୍ୟସେବା ଯୋଗାଇବା ପାଇିଁ ଦାବି ହେଉଛି ।

new life
You might also like
error: Content is protected !!