News
WhatsApp Image 2023-10-04 at 17.25.00
samparksetu

ଟାଟା ଷ୍ଟିଲ୍ ମେରାମଣ୍ଡଳୀ ଓ ଅନୁଗୁଳ ଏନର୍ଜି ପକ୍ଷରୁ ଜାତୀୟ ଅଗ୍ନିଶମ ସପ୍ତାହ ପାଳିତ

ଟାଟା ଷ୍ଟିଲ୍ ମେରାମଣ୍ଡଳୀ (ଟିଏସ୍‌ଏମ୍‌) ଓ ଟାଟା ଷ୍ଟିଲ୍‌ର ଅନ୍ୟତମସହାୟକ କଂପାନି ଅନୁଗୁଳ ଏନର୍ଜି ଲିମିଟେଡ୍ (ଏଇଏଲ୍‌) ପକ୍ଷରୁ ମକ୍ ଡ୍ରିଲ୍ ଓ ବିଭିନ୍ନ ଅଗ୍ନି ନିରାପତା କାର୍ଯ୍ୟକ୍ରମ ସହ ଜାତୀୟ ଅଗ୍ନିଶମ ସପ୍ତାହ ପାଳନ କରାଯାଇଛି । ଏଇଏଲ୍ ପକ୍ଷରୁ ଏକ ପୂର୍ଣ୍ଣ କାଳୀନ ମକ୍ ଡ୍ରିଲ୍ ଆୟୋଜନ କରାଯାଇଥିଲା ଯେଉଁଥିରେ ଡିଷ୍ଟ୍ରିକ୍ଟ କ୍ରାଇସିସ୍ ଗ୍ରୁପ୍ ର ଉପସ୍ଥିତିରେ ନରେନ୍ଦ୍ରପୁର ସ୍ଥିତ ଟିଏସ୍‌ଏମ୍ ପରିସରରେ ଥିବା ଏହାର କାରଖାନାରେ ଅଗ୍ନିକୁ ଆୟତ କରାଯାଇଥିଲା ।

ଜରୁରୀକାଳୀନ ପ୍ରଶମନ ଦକ୍ଷତାରେ ଉନ୍ନତି ଆଣିବା ଓ ତାହାକୁ ଅନୁଧ୍ୟାନ କରିବା ଲକ୍ଷ୍ୟ ନେଇ ଏହି ମକ୍ ଡ୍ରିଲ୍‌ରେ ଫ୍ୟାକ୍ଟ୍ରିଜ୍ଆଣ୍ଡ୍ ବଏଲର୍ସର ଅନୁଗୁଳ ଜୋନ୍‌ର ସହକାରୀ ନର୍ଦ୍ଦେଶିକା ଶ୍ରୀମତୀ ଅର୍ଚ୍ଚନା ଦାସ, ସ୍ଥାନୀୟ ଶିଳ୍ପ ପ୍ରତିନିଧି ଓ ସରକାରୀ କର୍ତୃପକ୍ଷ ଯୋଗ ଦେଇଥିଲେ ।

ଏହି ମକ୍ ଡ୍ରିଲ୍‌ରେ ଏଇଏଲ୍‌ର ପରିଚାଳନା ନିର୍ଦ୍ଦେଶକ ଶୈଳେଶ ବର୍ମା, ଟିଏସ୍‌ଏମ୍‌ର ନିରାପତା ମୁଖ୍ୟ ଅଗମ କୁମାର ଓ କଂପାନିର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହା ବ୍ୟତୀତ ଏନ୍‌ଟିପିସି କଣିଁହା, ଆର୍ଯ୍ୟନ ଏନର୍ଜି ପ୍ରାଇଭେଟ୍ଲି ମିଟେଡ୍‌, ନାଲ୍‌କୋ ସ୍ମେଲଟର ପ୍ଲାଂଟ୍‌, ଗ୍ଲୋବାଲ୍ କୋଲ୍ ଆଣ୍ଡ୍ ମାଇନିଂ ଲିମିଟେଡ୍‌, ଜେଏସ୍‌ପିଏଲ୍‌, ଜେସିସିପିଏଲ୍ ଓ ଜେଆଇଟିପିଏଲ୍‌ର ପ୍ରତିନିଧିମାନେ ମଧ୍ୟ ଏଥିରେ ଅଂଶଗ୍ରହଣ କରିଥିଲେ ।

ଶ୍ରୀମତୀ ଅର୍ଚ୍ଚନା ଦାସ ପ୍ରଦର୍ଶନର ଅନୁଶୀଳନ କରିଥିଲେ ଏବଂ ସେଥିରେ ଉନ୍ନତି ଆଣିବା ଲାଗି ମତାମତ ଦେଇଥିଲେ । କର୍ମଚାରୀମାନେ ଏ ବିଷୟରେ ଅଧିକ ଜାଣିବା ପାଇଁ ଟିଏସ୍‌ଏମ୍‌ରେ ଅଗ୍ନି ନିରାପତା ଉପରେ ପ୍ରଦର୍ଶନୀ ମଧ୍ୟ ଆୟୋଜନ କରାଯାଇଥିଲା ।

new life
You might also like
error: Content is protected !!