News
WhatsApp Image 2023-10-04 at 17.25.00
samparksetu

କାଇଁସିରି ଗ୍ରାମରେ ସୋଲାର ପମ୍ପ ଅଚଳ

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଳକ କାଇଁସିରି ଗ୍ରାମରେ ସୋଲାର ପାନୀୟ ଜଳ ପମ୍ପଟି ଦୀର୍ଘଦିନ ହେବ ଅଚଳ ହୋଇ ପଡିବାରୁ ଗ୍ରାମବାସୀ ମାନେ ପାନୀୟ ଜଳପାଇଁ ଅସୁଵିଧାର ସମ୍ମୁଖୀନ ହେଉଛନ୍ତି । କାଇଁସିରି ଗ୍ରାମରେ ବଜରଙ୍ଗୀ ଯୁବ ସଙ୍ଗଠନ ସଦସ୍ୟ ମାନଙ୍କ ଅଭିଯୋଗ ଅନୁସାରେ କ୍ଲବ ନିକଟରେ ଥିବା ସୋଲାର ପାନୀୟ ଜଳ ପ୍ରକଳ୍ପଟି ଗତ ୨ ମାସ ହେବ ଅଚଳ ହୋଇପଡିଛି।

ପ୍ରବଳ ଗ୍ରୀଷ୍ମ ଯୋଗୁ ପାନୀୟ ଜଳ ଉତ୍ସ ଗୁଡିକ ଶୁଖି ଯାଇଥିବା ବେଳେ ପାଣି ପାଇଁ ଗ୍ରାମବାସୀ ମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତୁରନ୍ତ ପମ୍ପଟିକୁ କାର୍ଯ୍ୟକ୍ଷମ କରିବ।କୁ କ୍ଲବର ସଦସ୍ୟ ମାନେ ଭୁବନ ବିଡ଼ିଓଙ୍କୁ ଲିଖିତ ଭାବରେ ନିବେଦନ କରିଛନ୍ତି ।

new life
You might also like
error: Content is protected !!