News
WhatsApp Image 2023-10-04 at 17.25.00
samparksetu

ଅଗ୍ନିକାଣ୍ଡରେ ଜଳିଗଲା ଦୁଇ ବଖରା ଚାଳ ଘର

କଙ୍କଡାହାଡ଼ ବ୍ଲକ କଙ୍କଡାହାଡ଼ ବ୍ଲକ କଣ୍ଟାପାଳ ପଞ୍ଚାୟତ ଅନ୍ତର୍ଗତ କଣ୍ଟାପାଳ କଲୋନୀ-୧ ରେ ଆଜି ଅପରାହ୍ନ ୨.୩୦ ରେ ଅଗ୍ନିକାଣ୍ଡରେ ଗ୍ରାମର ବୁଧୁରାମ ମାରାଣ୍ଡୀଙ୍କ ଦୁଇ ବଖରା ଚାଳ ଘର,ନଡା ଭାଡ଼ି,ପାଳ ଭାଡ଼ି ଅଗ୍ନିକାଣ୍ଡରେ ସମ୍ପୂର୍ଣ୍ଣ ପୋଡି ଯାଇଛି ।

ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ବୁଧୁରାମ ଜଣେ ଗରିବ ଦିନ ମଜୁରିଆ ଶ୍ରେଣୀର ହେଇଥିବାରୁ ଦୈନଦିନ ନିଜ ସାଇକେଲରେ କାମାକ୍ଷାନଗର କାମ ଅନ୍ୱେଷଣର ଯାଉଥିବା ବେଳେ ଏକମାତ୍ର ଭରସା ସାଇକେଲଟି ମଧ୍ୟ ଅଗ୍ନିକାଣ୍ଡରେ ପୋଡି ଯାଇଛି ।ଗୃହ ପାଳିତ ପଶୁଙ୍କ ପାଇଁ ବର୍ଷ ସାରା ସଞ୍ଚିତ ଥିବା ଖାଦ୍ୟ ନଷ୍ଟ ହେଇଯାଇଛି ।ଅନୁମାନିକ ୨ ଲକ୍ଷ ଟଙ୍କାର ସମ୍ପତି ନଷ୍ଟ ହେଇଯାଇଥିବାର ସୂଚନା । ଅଗ୍ନିକାଣ୍ଡ ର ଖବର ପାଇ କଙ୍କଡାହାଡ଼ ଅଗ୍ନିଶମ ବାହିନୀ ପହଁଚି ଅଗ୍ନିକାଣ୍ଡକୁ ଆୟତ କରିଥିଲେ ।ବୁଧୁରାମ ଜଣେ ଗରିବ ଶ୍ରେଣୀର ବ୍ୟକ୍ତି ହେଇଥିବାରୁ କ୍ଷୟକ୍ଷତିର ଆକଳନ କରି ସରକାରୀ ନିୟମ ଅନୁସାରେ ସହାୟତା ପାଇବା ପାଇଁ ଜିଲ୍ଲାପାଳଙ୍କ ନିକଟରେ ନିବେଦନ କରିଛନ୍ତି ।

new life
You might also like
error: Content is protected !!