News
WhatsApp Image 2023-10-04 at 17.25.00
samparksetu

ମହିମା ମହାବିଦ୍ୟାଳୟରେ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା

ଢେଙ୍କାନାଳ ଜିଲା ଯୋରନ୍ଦା ମହିମା ମହାବିଦ୍ୟାଳୟରେ ଶିକ୍ଷା ବିଭାଗ ତରଫରୁ ଚଳିତବର୍ଷର ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଯାଇଛି । ଶିକ୍ଷାବିଭାଗର ବରିଷ୍ଠ ପ୍ରାଧ୍ୟାପକ ତଥା ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ସଦାନନ୍ଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମରେ ନବାଗତ ଭାଗେ ଯୋଗ ଦେଇଥିବା ଇତିହାସ ବିଭାଗର ଅଧ୍ୟାପିକା ସୁଶ୍ରୀ ସୁନିଆ ବିଶୋଇ ଅତିଥିରୂପେ ନିମନ୍ତ୍ରିତ ହୋଇଥିଲେ।

ପ୍ରାରମ୍ଭରେ ସେମିନାର ସେକ୍ରେଟାରୀ ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀ ମାନେ ନିଜର ବିଦାୟକାଳୀନ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ମହାବିଦ୍ୟାଳୟର ଅଧ୍ୟାପକ ଶ୍ରୀ ଦିବାକର ବେହେରା, ସୁଶ୍ରୀ ଶୁଚିସ୍ମିତା ତ୍ରିପାଠୀ ଶିକ୍ଷାର୍ଥୀମାନଙ୍କର ଭବିଷ୍ୟତ ଜୀବନର ସଫଳତା କାମନା କରିବା ସହିତ ଶୁଭାର୍ଶୀବାଦ ପ୍ରଦାନ କରିଥିଲେ। ଶେଷରେ ପ୍ରଥମ ବର୍ଷର ଛାତ୍ର ଶୁଭମ ନାୟକ ଅତିଥି ମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।

new life
You might also like
error: Content is protected !!