News
WhatsApp Image 2023-10-04 at 17.25.00
samparksetu

ସଡ଼କ ଦୁର୍ଘଟଣା ରେ ଯୁବକ ମୃତ, ଦୁଇ ଗୁରୁତର

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡ ସାତମାଇଲ ଛକରେ କାର ଦୁର୍ଘଟଣାରେ ଜଣେ ଶୋଚନୀୟ ଭାବରେ ମୃତ୍ୟୁବରଣ କରିଥିବା ବେଳେ ୨ଜଣ ଗୁରତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ , ହିନ୍ଦୋଳ ଥାନା ଅନ୍ତର୍ଗତ ସତମାଇଲ ଛକ ନିକଟରେ ଆଜି ଅପରାହ୍ନ ୫ଟା ସମୟରେ ଏକ କାର ଭାରସାମ୍ୟ ହରାଇ ଏକ ଗଛ ରେ ବାଡେଇ ହୋଇଥିବା ଦେଖିବାକୁ ମିଳିଛି ।

ରାୟଗଡା ଅଞ୍ଚଳ ରୁ ୩ ଜଣ କଟକ ଅଭିମୁଖେ ଯାଉଥିଲେ, ଜଣଙ୍କର ଦେହ ଖରାପ ଥିବାରୁ ଚିକିତ୍ସା ପାଇଁ ଗୋଟିଏ ପରିବାର ର ତିନିଜଣ ମିଶି କଟକ ଡାକ୍ତର ଖାନାକୁ ନେଉଥିବା ବେଳେ ସତମାଇଲ ନିକଟରେ କାର ଟି ଭାରସାମ୍ୟ ହରାଇ ଗୋଟିଏ ଗଛ ରେ ବାଡେଇ ହୋଇଯାଇଥିଲା କାର ର ବାମପାଖରେ ବସିଥିବା ଯୁବକ ମୃତ୍ୟୁ ହୋଇଥିବା ବେଳେ କାର ଚାଳକ ଓ ପଛ ସିଟ ରେ ବସିଥିବା ମହିଳା ଗୁରୁତର ଅବସ୍ଥାରେ ରେ ଚିକିତ୍ସା ପାଇଁ ଆମ୍ବୁଲାନସ ଦ୍ୱାରା ଅନୁଗୁଳ ଡାକ୍ତର ଖାନା ଯାଇଥିବା ଜଣାପଡିଛି ।

ସେମାନଙ୍କ ପରିଚୟ ମିଳିପାରିନଥିବା ବେଳେ ଗୁରୁତର ଥିବା ମହିଳା ଆମେ ରାୟଗଡା ଅଞ୍ଚଳ ରୁ କଟକ ଡାକ୍ତର ଖାନାକୁ ଯାଉଥିଲୁ ବୋଲି କହିଥିଲେ ।ଘଟଣା ସ୍ଥଳରେ ସତମାଇଲ ଫାଣ୍ଡି ପୋଲିସ ରହି ଘଟଣାର ଅନୁଧ୍ୟାନ କରୁଥିବା ଦେଖିବାକୁ ମିଳିଛି ।

new life
You might also like
error: Content is protected !!