News
WhatsApp Image 2023-10-04 at 17.25.00
samparksetu

ଜବରଦଖଲ ଉଚ୍ଛେଦ କୁ ବିରୋଧ !

ପୌରପାଳିକା ପକ୍ଷରୁ ଆଜି ଜୁଆଙ୍ଗ ସାହିରେ ଜବରଦଖଲ ଉଚ୍ଛେଦ ହୋଇଛି । ଯାହାକୁ ବସ୍ତି ବାସିନ୍ଦା ପ୍ରବଳ ବିରୋଧ କରିବାରୁ ଉଚ୍ଛେଦ ପ୍ରକ୍ରିୟା ସ୍ଥଗିତ ରହିଛି । ପରେ ବସ୍ତି ବାସିନ୍ଦା ଜିଲ୍ଲାପାଳ ଏବଂ ସଦର ବିଧାୟକଙ୍କୁ ଭେଟି ଉଚ୍ଛେଦ ନକରିବା ପାଇଁ ଗୁହାରି କରିଛନ୍ତି ।

ସୂଚନା ଅନୁଯାୟୀ , ଜୁଆଙ୍ଗ ସାହିରେ ଦିନକୁ ଦିନ ସରକାରୀ ଜାଗାରେ ଜବରଦଖଲ ବଢିଚାଲିଛି । ଫଳରେ ପୌରପାଳିକା ପକ୍ଷରୁ ଜବରଦଖଲ ଉଚ୍ଛେଦ କରାଯାଉଛି । ଦୁଇ ମାସ ତଳେ କିଛି ଘରକୁ ଉଚ୍ଛେଦ କରାଯାଇଥିଲା । ମାତ୍ର ବିସ୍ତି ବାସିନ୍ଦା ବିରୋଧ କରିବାରୁ ବନ୍ଦ ହୋଇଯାଇଥିଲା । ପୁଣି କିଛି ବ୍ୟକ୍ତି ଜବରଦଖଲ କରି ଘର କରୁଛନ୍ତି । ତେଣୁ ଉଚ୍ଛେଦ ପାଇଁ ଆଜି ପୌରପାଳିକା ବୁଲଡୋଜର ଓ ପୁଲିସ ଫୋର୍ସ ସହ ପହଞ୍ଚିଥିଲା । ନୂଆ କରି ତିଆରୁ ହୋଇଥିବା ୨ଟି ଘରକୁ ଉଚ୍ଛେଦ କରାଯାଇଥିଲା ।

ଉକ୍ତ ୨ଟି ଘରେ ତାଲା ପଡିବା ସହ କୌଣସି ଲୋକ ଘରେ ନଥିଲେ । ଯାହା ଜବରଦଖଲକୁ ସ୍ପଷ୍ଟ କରିଥିଲା । ଏହି ଦୁଇଟି ଘରକୁ ଭାଙ୍ଗି ମାଟିରେ ମିଶାଇସାରିବା ପରେ ବସ୍ତି ବାସ୍ତିନ୍ଦା ଉଚ୍ଛେଦକୁ ବିରୋଧ କରିଥିଲେ । ଉତ୍ତେଜନା ପ୍ରକାଶ ପାଇବାରୁ ଉଚ୍ଛେଦ ବନ୍ଦ ହୋଇଥିଲା । ପରେ ଶତାଧିକ ବସ୍ତି ବାସିନ୍ଦା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କୁ ଫେରାଦ ହୋଇଥିଲେ । ଦୀର୍ଘ ବର୍ଷ ହେଲା ସେଠାରେ ରହି ଆସୁଛୁ । ସରକାରୀ ସୁବିଧା ସୁଯୋଗ ପାଉଛୁ । କିଛି ଲୋକ ମଧ୍ୟ ଜାଗା ମିଶନରେ ପଟ୍ଟା ପାଇଛନ୍ତି । ହେଲେ ଏବେ କୌଣସି ନୋଟିସ୍ ନଦେଇ ପୌରକପାଳିକା ଉଚ୍ଛେଦ କରୁଥିବା ଅଭିଯୋଗ କରିଥିଲେ । ସେହିପରି ସଦର ବିଧାୟକ ସୁଧିର କୁମାର ସାମଲଙ୍କୁ ଭେଟି ଉଚ୍ଛେଦ ପ୍ରକ୍ରିୟା ବନ୍ଦ କରିବାକୁ ଦାବି କରିଥିଲେ ।

new life
You might also like
error: Content is protected !!