News
WhatsApp Image 2023-10-04 at 17.25.00
samparksetu

ଗ୍ରୀଷ୍ମ ପ୍ରବାହରେ ଦାଉ ସାଜିଛି ଟାଟା ପାୱାର

ବର୍ତ୍ତମାନ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଆଶାତିତ ବୃଦ୍ଧି ପାଇଥିବା ବେଳେ ସମଗ୍ର ଜିଲ୍ଲା ରେ ଉତ୍ତାପ ପାଖାପାଖି ୪୦ଡିଗ୍ରୀ ଟପିଲାଣି ଯାହା ଫଳରେ ଅଗ୍ନିବର୍ଷା ପରି ପରିବେଶ ସୃଷ୍ଟି ହୋଇଛି । ସକାଳ ୮ରୁ ଆରମ୍ଭ ହୋଇଯାଉଛି ନାହିଁ ନଥିବା ଗରମ ଦିନ ୧୦ ପରେ ଘରୁ ବାହାରକୁ ବାହାରିବା ସମ୍ଭବପର ହେଉନାହିଁ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟି ରେ ରଖି ରାଜ୍ୟସରକାର ମଧ୍ୟ ବିଭିନ୍ନ ସଚେତନତା ସୃଷ୍ଟି କରିଥିବା ବେଳେ ସ୍କୁଲ ମଧ୍ୟ ଛୁଟି ଘୋଷଣା ହୋଇଛି ।

ହେଲେ ଏହି ସମୟରେ ଟାଟା ପୱାରର ଅଘୋଷିତ ବିଦ୍ୟୁତ କାଟରେ ଜିଲ୍ଲା ବାସି ଅତିଷ୍ଠ ହୋଇ ପଡିଲେଣି । ତୁହକୁ ତୁହା ବିଦ୍ୟୁତ ବିଛିନ୍ନ ଯୋଗୁଁ ଘରେ ରହି ପାଠ ପଢ଼ୁଥିବା ଛାତ୍ରଛାତ୍ରୀ ନାହିଁନଥିବା ଅସୁବିଧା ଭୋଗୁଥିବା ବେଳେ, ଅନ୍ୟପଟେ ଦାଉ ସାଜିଛି ଲୋ ଭୋଲ୍ଟେଜ ସମସ୍ୟା । ଚାଲୁନି ପମ୍ପ ଏପରିକି ପାନୀୟ ଜଳ ଯୋଗାଣ ବୋହୁ ସମୟରେ ବାଧା ପ୍ରାପ୍ତ ହେଉଥୁବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ଏପରିକି ବିଳମ୍ବିତ ରାତିରେ କଲେଜ ଅଞ୍ଚଳ ରୁ ଆରମ୍ଭ କରି କୋରିଆଁ ପର୍ଯ୍ୟନ୍ତ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ରହୁଛି ।

ଟାଟା ପାୱାର ବିଦ୍ୟୁତ ବଣ୍ଟନ ଦାୟିତ୍ୱ ନେବା ଠାରୁ ବିଦ୍ୟୁତ ସେବା ଉପଭୋକ୍ତା ମାନଙ୍କୁ ଠିକ ଭାବେ ସେବା ଯୋଗାଇବା ପରିବର୍ତ୍ତେ କର୍ମଚାରୀଙ୍କ ଦ୍ୱାରା ଯୋର ଜୁଲମ କରି ବିଦ୍ୟୁତ ଦେୟ ଆଦାୟରେ ବ୍ୟସ୍ତ ରହୁଛି ବୋଲି ବୁଦ୍ଧିଯିବି ମାନେ ମତ ରଖିଛନ୍ତି । ଏପରିକି କାଠଗଡା ସ୍ଥିତ ଡିଭିଜନ ଅଫିସରେ ଏ ନେଇ ଅଭିଯୋଗ ପରେ ସୁଫଳ ମିଳିବା ପରିବର୍ତ୍ତେ ଜଣେ ବରିଷ୍ଠ ନାଗରିକ ଙ୍କୁ ମାନସିକ ନିର୍ଯ୍ୟାତନା ର ଶିକାର ହେବାକୁ ପଡିଛି ।

new life
You might also like
error: Content is protected !!