News
WhatsApp Image 2023-10-04 at 17.25.00
samparksetu

କପିଳାସ ପୀଠରେ ଯାତ୍ରୀଙ୍କ ବିଶ୍ରାମ ଗାରରେ ଚାଲିଛି ଆନନ୍ଦବଜାର

ଢେଙ୍କାନାଳ ଜିଲ୍ଲାର ଗଁଦିଆ ବ୍ଲକ ସ୍ଥିତ ବିଶ୍ୱପ୍ରସିଦ୍ଧ କପିଳାସ ପୀଠ ଠାରେ ପୂଜା ପାଉଥିବା ବାବା ଶ୍ରୀଶ୍ରୀ ଚନ୍ଦ୍ରଶେଖର ଜୀଉ ଙ୍କର ଦର୍ଶନ ପାଇଁ ପ୍ରତିଦିନ ଏଠାକୁ ସ୍ଥାନୀୟ ଜନସାଧାରଣ ମାନଙ୍କଠାରୁ ଜିଲ୍ଲା ତଥା ଜିଲ୍ଲା ବାହାର ଓ ରାଜ୍ୟ ବାହାରୁ ପ୍ରତିଦିନ ସହସହ ସଂଖ୍ୟରେ ଭକ୍ତମାନେ ଦର୍ଶନ କରିବା ପାଇଁ ଆସିଥାନ୍ତି ।

ସେହିପରି ଶ୍ରାବଣ ମାସରେ କାଉଡ଼ିଆ ମାନେ ପାଣି ଭାରଧରି ବାବାଙ୍କ ଠାରେ ଲାଗି କରିଥାନ୍ତି । ମହା ଶିବରାତ୍ରୀ ଦିନ ଅନୁଷ୍ଠିତ ଜାଗର ମେଳାରେ ଲକ୍ଷାଧିକ ଭକ୍ତ ମାନଙ୍କର ସମାଗମ ହୋଇଥାଏ । ତତ ସହିତ ଏହି ପୀଠରେ ଅନେକ ପର୍ବପର୍ବାଣୀ ଅନୁଷ୍ଠିତ ହୋଇଥାଏ ।ଅପରପକ୍ଷରେ ଏହା ଏକ ପର୍ଯ୍ୟଟନ ସ୍ଥଳୀ ଭାବରେ ବିଖ୍ୟାତ ଅଟେ।

କିନ୍ତୁ ଦୁଃଖର କଥା ଏହି ଧର୍ମକ୍ଷେତ୍ରରେ ମନ୍ଦିର ପାଖରେ ଯାତ୍ରୀ ମାନଙ୍କର ସୁବିଧାପାଇଁ ନିର୍ମିତ ଯାତ୍ରୀ ନିବାସ ଯେଉଁଠାରେ ଯାତ୍ରୀ କିମ୍ବା ଭକ୍ତମାନଙ୍କର ବିଶ୍ରାମ କରିବା କଥା , ତାହା ଏବେ ପାଲଟିଯାଇଛି ଆନନ୍ଦବଜାର । ପ୍ରତିଦିନ ଏହି ସ୍ଥାନରେ ଭକ୍ତମାନେ ପ୍ରସାଦ ସେବନ କରିଥାନ୍ତି । ଯାହା ଫଳରେ ଏଠାକୁ ଆସୁଥିବା ଭକ୍ତମାନେ ବିଶ୍ରାମ ନେବାପାଇଁ ଏଣେତେଣେ ଯାଇ ବିଶ୍ରାମ ନେଉଥିବାର ଦେଖିବାକୁ ମିଳିଛି।

ଯାହାକୁ ନେଇ ଅନେକ ସମୟରେ ଭକ୍ତମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥାଏ ।ଉକ୍ତ ସମସ୍ୟାର ପାଇଁ ଦୀର୍ଘଦିନ ଧରି ଦାବି
ହୋଇ ଆସୁଥିଲେ ମଧ୍ୟ ତାହାର କୌଣସି ସ୍ଥାୟୀ ସମାଧାନ ଆଜି ପର୍ଯ୍ୟନ୍ତ ଦେବୋତ୍ତର ବିଭାଗ ପକ୍ଷରୁ କରାଯାଇନାହିଁ ।
ଅପର ପକ୍ଷରେ ଏଠାକୁ ଆସୁଥିବା ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନ ନିମନ୍ତେ ଏକ ସ୍ଥାୟୀ ଆନନ୍ଦବଜାର ନିର୍ମାଣ ପାଇଁ ବିଭାଗୀୟ ଅଧିକାରୀ ମାନେ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଅଛି।

new life
You might also like
error: Content is protected !!