News
WhatsApp Image 2023-10-04 at 17.25.00
samparksetu

ନେଉଳପୋଇ ଉଚ୍ଚବିଦ୍ୟାଳୟର ଅବସର କାଳୀନ ସଭା

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ ନେଉଳପୋଇ ଗ୍ରାମ ପାଞ୍ଚୟତର ଚନ୍ଦ୍ରଶେଖର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଶ୍ରୀକାନ୍ତ କୁମାର ପଣ୍ଡା ଓ କନିଷ୍ଠ ସହାୟକ ଶ୍ରୀଯୁକ୍ତ ଉଗ୍ରେସନ ଗଡ଼ନାୟକଙ୍କ ଅବସର କାଳୀନ ସଭା ଅନୁଷ୍ଠିତ ହୋଇଯାଇଛି l ଶ୍ରୀଯୁକ୍ତ ଶ୍ରୀକାନ୍ତ କୁମାର ପଣ୍ଡା ସହକାରୀ ଗଣିତ ଶିକ୍ଷକ ଭାବରେ ଦ୍ରିଘ ୪୦ ବର୍ଷ ଧରି ଶିକ୍ଷକତା କରି ଆସୁଥିବା ବେଳେ ଗତ ୩୧ତାରିଖ ଏପ୍ରିଲ ମାସରେ ଅବସର ଗ୍ରହଣ କରିଛନ୍ତି l

ଛାତ୍ର ବତ୍ସଲ ପରୋପକାରୀ, ଦକ୍ଷ ଗଣିତଜ୍ଞ ଭାବରେ ଛାତ୍ର ଛାତ୍ରୀ ଓ ଅଞ୍ଚଳବାସୀଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିପାରିଛନ୍ତି l ଜଣେ ଆଦର୍ଶ କର୍ମ ନିଷ୍ଠ ଲୋକ ପ୍ରିୟ ଶିକ୍ଷକ ଓ ପ୍ରଧାନଶିକ୍ଷକ ଭାବରେ ସାର୍ବଜନ ଵିଧିତ ରହିବେ l ତାଙ୍କ ସ୍ଥାନ ଅପୁରଣୀୟ ରହିବ l
ଛାତ୍ରବତ୍ସଳତା, ଶିକ୍ଷା ପ୍ରଦାନ କ୍ଷେତ୍ରରେ ତାଙ୍କର ନିଷ୍ଠା, ତ୍ୟାଗ, ସମୟାନୁବର୍ତ୍ତିତା, କର୍ମ ତତ୍ପରତା ଆଦି ସଂପର୍କରେ ଆଲୋକପାତ କରିଥିଲେ l

ଏହି କାର୍ଯ୍ୟକ୍ରମରେ ସଭାରେ ସଭାପତି ସାରଙ୍ଗ ଧର ସାମଲ, ବିଦ୍ୟାଳୟର ବରିଷ୍ଠ ସହକାରୀ ଶିକ୍ଷକ ଶ୍ରୀଯୁକ୍ତ ମଙ୍ଗୁଳି ଚରଣ ବେହେରା ଓ ଅବସର ପ୍ରାପ୍ତ ପ୍ରାକ୍ତନ ସଂସ୍କୃତ ଶିକ୍ଷକ ଶ୍ରୀଯୁକ୍ତ ବୁଦ୍ଧଦେବ ସାହୁ ଓ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ନଟବର ଗଡ଼ନାୟକ, ଶ୍ରୀଯୁକ୍ତ ବଟକୃଷ୍ଣ ଗଡ଼ନାୟକ, ଶ୍ରୀଯୁକ୍ତ ଭାସ୍କର ଗଡ଼ନାୟକ ବିଦ୍ୟାଳୟ ଆରମ୍ଭରୁ ଶିକ୍ଷାଦାନ କରିଥିବା ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ତଥା ବିଦ୍ୟାଳୟର ଶତାଧିକ ପୁରାତନ ଓ ନୂତନ ଛାତ୍ରଛାତ୍ରୀଙ୍କ ସମେତ ଅଭିଭାବକ ଓ ଅଞ୍ଚଳର ବୁଦ୍ଧିଜୀବୀ ମାନେ ଯୋଗ ଦେଇଥିଲେ।

ଶିକ୍ଷା ଓ ଶିକ୍ଷକ ମାନଙ୍କ ସମାଜର ମହତ୍ତ୍ଵ ଓ ନିଜ ନିଜର ଅନୁଭୂତି ବିଷୟରେ ମତ ପ୍ରକାଶ କରିଥିଲେ l ସ୍ୱଳ୍ପ ସମୟର ବକ୍ତବ୍ୟ ମଧ୍ୟରେ ଶିକ୍ଷକଙ୍କ ସାନିଧ୍ୟ୍ୟ ପାଇଁ ଜୀବନର ବିଭିନ୍ନ ପରିବର୍ତନ ସହିତ କିପରି ଉପକୃତ ହୋଇଛନ୍ତି ତାହା ବର୍ଣ୍ଣନା କରିଥିଲେ l

new life
You might also like
error: Content is protected !!