News
WhatsApp Image 2023-10-04 at 17.25.00
samparksetu

୩୬ପ୍ରାଣୀ ଚିକିତ୍ସିକଙ୍କ ସାମୂହିକ ଇସ୍ତଫା !

ଢେଙ୍କାନାଳ ଜିଲ୍ଲାରେ କାର୍ଯ୍ୟରତ ସିଡିଭିଓଙ୍କ ସହିତ ୩୬ଜଣ ପ୍ରାଣୀ ଚିକିତ୍ସକ ସରକାରଙ୍କ ନିଷ୍ପତିର ପୁନର୍ବିଚାର କରିବା ଦାବି କରି ସାମୂହିକ ଇସ୍ତଫା ଦେଇଥିବାର ଜଣାପଡିଛି । ଫଳରେ ଜିଲ୍ଲାରେ ଗୃହ ପାଳିତ ପଶୁ ପକ୍ଷୀଙ୍କର ଚିକିତ୍ସାରେ ଘୋର ବାଧାପ୍ରାପ୍ତ ହୋଇଛି ।

ସରକାରଙ୍କ ଅଧିନରେ କାର୍ଯ୍ୟରତ ପ୍ରଣୀ ଚିକିତ୍ସକ ମାନେ ନିଜର କଠିନ ପରିଶ୍ରମ ଦ୍ୱାରା ରାଜ୍ୟର ପ୍ରାଣୀମାନଙ୍କୁ ଚିକିତ୍ସା କରୁଛନ୍ତି । କର୍ମଚାରୀଙ୍କ ଅଭାବ,ଆବଶ୍ୟକୀୟ ଯନ୍ତ୍ରପାତିର ଅଭାବ ଥିଲେ ମଧ୍ୟ ପ୍ରାଣୀମାନଙ୍କର ଚକିତ୍ସା କରି ପୁଷ୍ଟିକର ଖାଦ୍ୟ ଯୋଗାଣରେ ସହାୟକ ହେଉଛନ୍ତି । ପ୍ରାଣୀ ମାନଙ୍କ ଉପରେ ନିର୍ଭର କରୁଥିବା ଗରୀବ ଲୋକମାନଙ୍କ ଆର୍ଥିକ ବିକାଶ ପାଇଁ ସହାୟକ ହେଉଛନ୍ତି ।

ଦୀର୍ଘ ଦିନ ହେବ ଦରମା ଅସଙ୍ଗିତ, କ୍ୟାରିଅର ପ୍ରମୋସନ, ଡ୍ୟୁଟି ସମୟ, କାର୍ଯ୍ୟ ସୁରକ୍ଷା ଭଳି ବିଭିନ୍ନ ଦାବି କରି ଆସୁଥିଲେ ମଧ୍ୟ ସରକାର ଆଦୌ କର୍ଣ୍ଣପାତ କରୁନଥିବାର ଅଭିଯୋଗ ହୋଇଛି । ଆର୍ଥିକ ଏବଂ ଶାରିରୀକ ଭାବରେ ପ୍ରାଣୀଚିକିତ୍ସକ ମାନଙ୍କୁ ଶୋଷଣ କରାଯାଇଛି । ଆକ୍ରୋଶ ମୂଳକ ପଦକ୍ଷେପ ଗ୍ରହଣ କରି ସଙ୍ଘର କର୍ମକର୍ତ୍ତା ମାନଙ୍କୁ ଅନ୍ୟତ୍ର ବଦଳି କରିଛନ୍ତି ।

ସରକାରଙ୍କ ଏଭଳି ପଦକ୍ଷେପକୁ ସଙ୍ଘ ତରଫରୁ ପ୍ରତିବାଦ କରିବା ସହିତ ତୁରନ୍ତ ବଦଳି ଆଦେଶକୁ ପ୍ରତ୍ୟାହୃତ କରିବା ପାଇଁ ଦାବି କରିଛନ୍ତି । ସରକାରଙ୍କ ଏଭଳି ପଦକ୍ଷେପ ବିରୁଦ୍ଧରେ ଜିଲ୍ଲାରେ କାର୍ଯ୍ୟରତ ପ୍ରାଣୀ ଚିକିତ୍ସକ ମାନେ ସାମୂହିକ ଭାବରେ ଇସ୍ତଫା ପ୍ରଦାନ ସହିତ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି ।

new life
You might also like
error: Content is protected !!