News
WhatsApp Image 2023-10-04 at 17.25.00
samparksetu

ରେଳ ଟ୍ରାକକୁ ହାଇୱା ଖସିବା ଘଟଣା ,୧୫ ଘଣ୍ଟା ବନ୍ଦ ରହିଲା ରେଳ ଚଳାଚଳ

ଅନୁଗୁଳ ସୁକିନ୍ଦା ରେଳ ପଥ ର ଯମୁନାକୋଟ ଠାରେ ଟ୍ରାକ ଉପରକୁ ହାଇୱା ଖସିପଡିବା ଦ୍ୱାରା ୧୫ଘଣ୍ଟା ରେଳ ଚଳାଚଳ ବନ୍ଦ ରହିଥିଲା । ଘଟଣାରୁ ଜଣାପଡିଛି ଯେ ଅନୁଗୁଳ ଜିଲ୍ଲା ବୁଢାପଙ୍କ ଠାରୁ ଢେଙ୍କାନାଳ ଜିଲ୍ଲା ଦେଇ ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ବାଘୁଆପାଳ ପଯ୍ୟନ୍ତ ୯୦.୨୧ କିମି ର ରେଳ ଟ୍ରାକ ରେ ଦୈନିକ ହାରାହାରି୧୦ଟି ମାଲ ଗାଡି ଚଳାଚଳ କରିଥାଏ ।

ବୁଧବାର ଅପରାହ୍ନ ୩.୧୫ରେ ଡ଼ୁବୁରୀ ରୁ ଭୁବନ ଦେଇ ମାର୍ଥାପୁର ପଞ୍ଚାୟତ ଓଢଣା ବାଲି ଘାଟକୁ ଯାଉଥିବା ଗୋଟିଏ ହାଇୱା ଭାରସାମ୍ୟ ହରାଇ ପୂର୍ତ୍ତ ବିଭାଗ ରାସ୍ତା ରୁ କୋଡିଏ ଫୁଟ ତଳକୁ ଖସି ପଡିଥିଲା ।ଯାହାକି ଭୁବନ ରୋଡ ଷ୍ଟେସନ ଠାରୁ ୧୦କି ମି ଦୂର ଅଟେ । ଏହି ସ୍ଥାନଟି ରଙ୍ଗମାଟିଆ ଓ ଟାଙ୍ଗେରିଆ ଷ୍ଟେସନ ମଧ୍ୟରେ ଅଟେ ।ଦାୟିତ୍ୱରେ ଥିବା ଭୁବନ ରୋଡ ଷ୍ଟେସନ ମାଷ୍ଟର ଗୋବିନ୍ଦ ଚନ୍ଦ୍ର ବେହେରାଙ୍କ କହିବା ଅନୁଯାୟୀ ବୁଧବାର ଅପରାହ୍ନ ରେ ଲାଇନ ମ୍ୟାନ ଙ୍କ ଠାରୁ ଖବର ପାଇ ଉପରିସ୍ଥ ଅଧିକାରୀ ଙ୍କୁ ଜଣାଇଥିଲୁ ।

ଭୁବନେଶ୍ୱର ରୁ ମେକାନିକ ଟ୍ରେନ ଆସି ହାଇୱା କୁ ହଟାଇବା ପରେ ଗୁରୁବାର ଭୋର ୩ଟା ସୁଦ୍ଧା ଟ୍ରାକ ଓ ୬ ଟା ସୁଦ୍ଧା ବିଦ୍ୟୁତ ଯୋଗାଯୋଗ କାର୍ଯ୍ୟ ଶେଷ ହୋଇଥିଲା । ପରେ ଟ୍ରେନ ଚଳାଚଳ ସ୍ୱାଭାବିକ ହୋଇଥିଲା । ତେବେ ପ୍ରଶ୍ନ ଉଠୁଛି ଭୁବନ ବ୍ଲକ ଦେଇ ଯାଇଥିବା ଜାତୀୟ ରାଜପଥ ନମ୍ବର ୫୩ର ଯମୁନାକୋଟ ଛକ ରୁ ମାର୍ଥାପୁର ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତା ଟି ର ନିର୍ମାଣ ଶୈଳୀ କିଭଳି ତ୍ରୁଟି ରହିଲା ଯେ ରାସ୍ତା ରେ ଯାଉଥିବା ହାଇୱା ଟି ବ୍ରେକ ଫେଲ ହେବାରୁ କୋଡିଏ ଫୁଟ ତଳକୁ ଖସିପଡ଼ିଲା ।

ସୌଭାଗ୍ୟ ବଶତଃ ଡ୍ରାଇଭର ଜଣକ ଆଗୁଆ ଖସି ପଡିବା ରୁ ବଞ୍ଚି ଯାଇଥିଲା ।ଟ୍ରେନ ଲାଇନର ୨୫କେଭି ବିଦ୍ୟୁତ ସଂଯୋଗ ଉପରେ ହାଇୱା ଖସିବାରୁ ବିଦ୍ୟୁତ ସଂଯୋଗ ବିଛିନ୍ନ ହୋଇଥିଲା ।ବଡ଼ ଧାରଣ ର ଦୁର୍ଘଟଣା ରୁ ବର୍ତ୍ତୀ ଯାଇଥିଲା ବୋଲି କୁହନ୍ତି ଯମୁନାକୋଟ ବାସିନ୍ଦା ଅରୁଣ ନାୟକ | ଟ୍ରକ ଚାଳକ ଓଡ଼ିଶ ଗ୍ରାମର ରବି ପାତ୍ରଙ୍କ ପୁଅ ପ୍ରଶାନ୍ତ ପାତ୍ର ଆହତ ହୋଇ ଭୁବନ ଡାକ୍ତରଖାନାରେ ଚିକିତ୍ସା ପରେ ଘରକୁ ଫେରିଛନ୍ତି । ତେବେ ପୋଲ ଉପରୁ ରେଳ ଟ୍ରାକକୁ ଖସିପଡି ଥିବାରୁ ରେଳ ଚଳାଚଳ ବନ୍ଦ ରହିଲା ସିନା ଆଗକୁ କିଭଳି ଏହି ସ୍ଥାନ ରେ ସୁରକ୍ଷା ବ୍ୟବସ୍ତା କୁ ବ୍ୟବସ୍ଥିତ କରାଯାଇପାରିବ ସେ ନେଇ ପୂର୍ତ୍ତ ବିଭାଗ ଓ ରେଳ ବିଭାଗ କୁ ଚିଠି ଲେଖିବେ ବୋଲି କହିଛନ୍ତି ଭାରତୀୟ ମାନବାଧିକାର କମିଶନ ର ଓଡ଼ିଶା ଶାଖା ମହିଳା ଅଧକ୍ଷା ପୁଷ୍ପାଞ୍ଜଳି ରଣା ।

new life
You might also like
error: Content is protected !!