News
WhatsApp Image 2023-10-04 at 17.25.00
samparksetu

ଦୁର୍ଘଟଣାରେ ଦାଦା ଓ ପୁତୁରା ଙ୍କ ଚାଲିଗଲା ଜୀବନ

କଙ୍କଡାହାଡ ଥାନା ବନ୍ଦାଣିଆ ଗ୍ରାମ ନିକଟରେ ସଡ଼କ ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ୨ଜଣ ହେଲେ ଯାଜପୁର ଜିଲ୍ଲା ଟାଟାମାଇନ୍ସ ଅଞ୍ଚଳର ଦାଦା ଡୁଗୁ ମାଙ୍କଡିଆ ଓ ପୁତୁରା ସିଦ୍ଧାନ୍ତ ମାଙ୍କଡିଆ।

ସୂଚନା ମୂତାବକ ଉଭୟ ଆଜି ସକାଳେ ବଜାଜ ପଲସର ଗାଡିର କିସ୍ତି ଦେବାକୁ କାମାକ୍ଷାନଗର ଆସୁଥିଲେ। ଆସିବା ବାଟରେ ବନ୍ଦାଣିଆ ଛକନିକଟରେ ଭାରସମ୍ୟ ହରାଇ ରାସ୍ତା କଡରେ ଥିବା ଏକ ମହୁଲ ଗଛରେ ବାଇକଟି ପିଟି ହୋଇଯାଇଥିଲେ। ଘଟଣାସ୍ଥଳରେ ଗୁରତର ଅବସ୍ଥାରେ ଉଭୟ ପଡି ରହିଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ କାମାକ୍ଷାନଗର ଉପଖଣ୍ଡ ମେଡିକାଲରେ ଭର୍ତି କରିଥିଲେ। ଡାକ୍ତର ଏଠି ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି ।

new life
You might also like
error: Content is protected !!